Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାଳିକା ଅପହରଣ ଓ ପ୍ରେମ ପ୍ରତାରଣା ଅଭିଯୋଗ, ଯୁବକ କୋର୍ଟ ଚାଲାଣ

କୋକସରା:୧୭/୦୬ : କୋକସରା ପୋଲିସ ପକ୍ଷରୁ ଶନିବାର ଜଣେ ନାବାଳିକା ଙ୍କୁ ଗତ ୨ ମାସ ତଳେ ଅପହରଣ ଓ ପ୍ରେମ ପ୍ରତାରଣା ଅଭିଯୋଗ ରେ କୋକସରା ପଞ୍ଚାୟତ ନୂଆପଡା ଗ୍ରାମର ଯୁବକ ନିତ୍ୟାନନ୍ଦ ପାଣିଗ୍ରାହୀ(୧୯) କୁ ଗିରଫ ପରେ ଶନିବାର କୋକସରା ପୋଲିସ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁସାରେ କୋକସରା ପଞ୍ଚାୟତ ଅଞ୍ଚଳ ର ଜଣେ ନାବାଳିକା କୁ ନୂଆପଡା ଗ୍ରାମର ଜଣେ ଯୁବକ ନିତ୍ୟାନନ୍ଦ ପାଣିଗ୍ରାହୀ ବିବାହ ର ମିଛ ପ୍ରତିଶ୍ରୁତି ଦେଇ ଗତ ୨ ତଳେ ହାଇଦ୍ରାବାଦ ର ଗାନ୍ଧୀପୁରମ ରେ ନେଇ ରଖିଥିଲେ। ଏନେଇ ନାବାଲିକ ଙ୍କ ପରିବାର ପକ୍ଷରୁ ଗତ ୮/୪/୨୩ ରେ କୋକସରା ଥାନା ରେ ନାବାଳିକା ନିଖୋଜ ଥିବା ଅଭିଯୋଗ କରିଥିଲେ। ତେବେ ଗତ ଶୁକ୍ରବାର ଦିନ ନାବାଳିକା କୁ ଯୁବକ ନିଜ ସମ୍ପର୍କୀୟ ଙ୍କ କୋକସରା ବ୍ଲକ ବାବେକୋହରା ଗାଁ ରେ ଆଣି ରଖିଥିବା ନେଇ କୋକସରା ପୋଲିସ ନିକଟରେ କୌଣସି ସୂତ୍ରରୁ ଖବର ପାଇବା ପରେ ପୋଲିସ ନାବାଳିକା କୁ ବାବେକୋହରା ରୁ ଉଦ୍ଧାର କରିଥିବା ବେଳେ ଯୁବକ ଫେରାର ମାରୁଥିବା ବେଳେ କାଉଡୋଳା ବସଷ୍ଟାଣ୍ଡ ରୁ ଗିରଫ କରିଥିଲେ।ଶନିବାର ନାବାଳିକା କୁ ଅପହରଣ ଓ ପ୍ରେମ ପ୍ରତାରଣା ଅଭିଯୋଗ ରେ ପୋସ୍କୋ ଧାରା ଅନୁସାରେ କୋର୍ଟ ଚାଲାଣ କରିଥିବା ନେଇ ତଦନ୍ତକାରୀ ପୋଲିସ ଏସ ଆଇ ଗୋପବନ୍ଧୁ ନାଏକ ସୁଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ