Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାରୱାଡି ଯୁବା ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର: ୫୨ୟୁନିଟ ରକ୍ତ ସଂଗ୍ରହ

ଓଡ଼ିଶା ପ୍ରାନ୍ତୀୟ ମାରଓ୍ବାଡି ଯୁବାମଞ୍ଚ ତରଭା ଶାଖା ପକ୍ଷରୁ ସ୍ଥାନୀୟ ମାରଓ୍ବାଡି ଧର୍ମଶାଳା ଠାରେ ଏକ ମେଗା ରକ୍ତଦାନ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ୫୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଶିବିରରେ ଦୁଇଭାଇ ସତୀଶ କୁମାର ସାହୁ ଓ ମନୀଷ କୁମାର ସାହୁ ଏକ ସଙ୍ଗେ ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି। ମାରଓ୍ବାଡି ଯୁବାମଞ୍ଚ ସଭାପତି ପ୍ରବୀଣ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ତରଭା ଆଇଆଇସି ଅନିତା କିଡୋ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସକ କ୍ଷିରୋଦ୍ର କୁମାର ମିଶ୍ର,ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଖଣ୍ଡ ଚାଳକ ମାଙ୍ଗେଲାଲ ଅଗ୍ରୱାଲ, ପ୍ରାନ୍ତୀୟ ମାରଓ୍ବାଡି ଯୁବାମଞ୍ଚର ଉପସଭାପତି ଦୀପକ ଛାପାଡିଆ,ମଣ୍ଡଳ-୫ର ଅଧ୍ୟକ୍ଷ ରାକେଶ ଅଗ୍ରୱାଲ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଅଗ୍ରୱାଲ,ବରିଷ୍ଠ ସଦସ୍ୟ ସୁଶୀଲ ଅଗ୍ରୱାଲ ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଡାକ୍ତର ଦେବୀ ପ୍ରସାଦ ମହାପାତ୍ରଙ୍କ ସହିତ ସୁଜିତ କୁମାର ପୁରୋହିତ, ଶେଖ ଅବଦୁଲ ଅସରଫ, ଜୟଶ୍ରୀ ବେହେରା, ରଞ୍ଜିତ ବେହେରା, ଅକ୍ଷୟ ବାଗ, ଦେବେନ୍ଦ୍ର ନନ୍ଦ ଓ ଶ୍ରୀୟାକାନ୍ତ ପଟେଲ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଅନୁଷ୍ଠିତ ସଚେତନତା ସଭାକୁ ମାନଭଞ୍ଜନ ମିଶ୍ର ପରିଚାଳନା କରିଥିବା ବେଳେ ମିଳିତ ଶିକ୍ଷକ ସଂଘ, ମାହେଶ୍ୱରୀ ସଂଗଠନ,ୟୁନିଭର୍ସାଲ ଡ଼୍ରାଇଭର ସ°ଘର କର୍ମକର୍ତ୍ତା,ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ସାହୁ,ମାରୱାଡି ଯୁବାମଞ୍ଚର ବିକାଶ ଅଗ୍ରୱାଲ,ପୀୟୂଷ ଅଗ୍ରୱାଲ,ମୁରଲୀଧର ଅଗ୍ରୱାଲ,ସୁଦର୍ଶନ ଅଗ୍ରୱାଲ, ପବନ ଅଗ୍ରୱାଲ, ଆୟୁଷ ଅଗ୍ରୱାଲ, ଶ୍ରୀଓଁମ ଅଗ୍ରୱାଲ, ଶୁଭମ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ