ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସ ପାଳିତ
 
        ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଆଦିବାସୀ ଭବନରେ ଆଜି ସାମାଜିକ କର୍ମୀ ଅଶୋକ ପଟେଲଙ୍କ ସଭାପତିତ୍ବରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବନିଶଙ୍କର ନାୟକ, ପୂର୍ଣ୍ଣଚନ୍ଦ୍ର ପଟେଲ, ନରେଶଚନ୍ଦ୍ର ପଟେଲ, କବି ରଜନୀ ପଟେଲ, ସାମାଜିକ କର୍ମୀ ସୁଦୀପ୍ତ ପଟେଲ, ରମେଶ କିଶାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷା କରୁଣାକର କିଶାନ, କମଳାବତୀ ମେହେର, ଅମିତ ଭୋଇ, ଖେଳନା ସୁନାନି, ନନ୍ଦିତା ସୁନାନିଙ୍କ ସମେତ ସମ୍ବଳପୁରୀ ନର୍ସିଂ କଲେଜର ଛାତ୍ରୀଗଣ ପଣ୍ଡିତ ଗୋପବନ୍ଧୁଙ୍କ ତୈଳ ଚିତ୍ରରେ ପୁଷ୍ପର୍ଘ୍ୟ ପ୍ରଦାନ କରି ଶ୍ରଦ୍ଧାଂଜଳି ଜଣାଇଥିଲେ।ଶେଷରେ ଛାତ୍ରୀ ସୁଶ୍ରୀ ଲିପି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

 
                        
 
                                 
                                 
                                 
                                 
                                