Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଲାମୁଣ୍ଡା ବ୍ଲକରେ ନିଟ ପରୀକ୍ଷାରେ ଦୁଇ ଛାତ୍ର ଙ୍କ ସଫଳତା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ଦୁଇଜଣ ଛାତ୍ର ସର୍ବଭାରତୀୟ ସ୍ତରୀୟ ନିଟ ପରୀକ୍ଷାରେ ସଫଳତା ହାସଲ କରିଥିବା ଜଣାପଡ଼ିଛି।ଏହି ଖବର ପ୍ରଚାର ହେବା ମାତ୍ରେ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି।ଏହି ବ୍ଲକ ର ଡୁକେରମାଲ ଗ୍ରାମ ଜନ୍ମେଜୟ ସାହୁ ଓ ଗୀତା ସାହୁଙ୍କ ପୁତ୍ର ସଂଜୀବ ସାହୁ ୬୨୪ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜୋରାଡ଼ବରା ଗ୍ରାମର ବିମଳ ସାହୁ ଓ କୁନି ସାହୁ ଙ୍କ ପୁତ୍ର ଅଜିତ କୁମାର ସାହୁ ୬୨୩ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଦୁଇ ଛାତ୍ର ଙ୍କ ସଫଳତା ପାଇଁ ବିଧାୟକ ଭୂପିନ୍ଦର ସିଂ, ତୈଲିକ ହଳଦିଆ ବୈଶ୍ୟ ସାହୁ ସମାଜ କଳାହାଣ୍ଡି,କର୍ଲାମୁଣ୍ଡା ପ୍ରେସ କ୍ଲବ ତଥା ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣେଇଛନ୍ତି।