Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ରେ ଷ୍ଟ୍ରିଟ ଲାଇଟ ଉଦ୍ଘାଟିତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସହରରେ ବହୁ ପ୍ରତିକ୍ଷିତ ଷ୍ଟ୍ରିଟ ଲାଇଟ ଉଦ୍ଘାଟିତ ହୋଇଛି। ରବିବାର ଦିନ ସନ୍ଧ୍ୟା ରେ ରେଙ୍ଗାଲି ରାମସାଗର ବନ୍ଦ ନିକଟରୁ ପ୍ରଥମ ଷ୍ଟ୍ରିଟ ଲାଇଟ ନିକଟରେ ଫଳକ ଲଗାଇ ଏହି ଷ୍ଟ୍ରିଟ ଲାଇଟ କୁ ଉଦ୍ଘାଟନ କରାଯାଇଥିଲା। ଏହି ଉଦ୍ଘାଟନ ସମାରୋହରେ ରେଙ୍ଗାଲି ବ୍ଳକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ, ସମ୍ବଲପୁର ଉପ ଜିଲ୍ଲାପାଳ ପ୍ରଭାସ ଡନସେନା, ରେଙ୍ଗାଲି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତି, ରେଙ୍ଗାଲି ସରପଂଚ ଚିତ୍ତରଞ୍ଜନ ବାଗ, ରେଙ୍ଗାଲି ଥାନ ଅଧିକାରୀ ଆନ୍ନା ମିଞ୍ଜ, ଅଶୋକ ଗୁରୁ, ତିଳକ ବାଗ, ଦୟାସଗାର ଭଇଁସାଲ, ସେସଦେଵ ପ୍ରଧାନ , ଜିତେନ୍ଦ୍ର ପ୍ରସାଦ ପଣ୍ଡା, ଗୋପାଳ ପଣ୍ଡା, ବୃନ୍ଦାବନ ସାହୁ, ଶଶୀ ସାହୁ, ଅମର ବାରିକ, ଅନୀଲ ବେହେରା, ଅନ୍ତର୍ଯ୍ୟାମୀ ପାଣି ଙ୍କ ସହ ବହୁ ରେଙ୍ଗାଲି ବାସୀ ଉପସ୍ଥିତ ଥିଲେ। ରେଙ୍ଗାଲି ତହସିଲ ଛକ ରୁ ରାମଚନ୍ଦ୍ର ନଗର ପର୍ଯ୍ୟନ୍ତ ଏହି ଷ୍ଟ୍ରିଟ ଲାଇଟ ଲଗାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ