Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ମୁଖପାତ୍ର ହେଲେ ରାଜେନ୍ଦ୍ର ଜଗତ

ଜମନକିରା : ରାଜ୍ୟସ୍ତରୀୟ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର କର୍ମକର୍ତ୍ତା ଚୟନ ଭୁବନେଶ୍ୱର ସ୍ଥିତ ରେଡକ୍ରସ ଭବନ ଠାରେ ଗତ୧୬ ତାରିଖରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖପାତ୍ର ଭାବେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଷଣ୍ଢପଥର ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବିଜ୍ଞାନ ମହାବିଦ୍ୟାଳୟର ବିତ୍ତୀୟ ଅଧିକାରୀ ରାଜେନ୍ଦ୍ର କୁମାର ଜଗତଙ୍କୁ ଚୟନ କରାଯାଇଅଛି।

ସୂଚନା ଯୋଗ୍ୟ ଯେ, ଶ୍ରୀ ଜଗତ ଜଣେ ପ୍ରତିଭାବାନ, ଦାୟିତ୍ବବାନ କର୍ମଜୀବୀ, ଶିକ୍ଷାପ୍ରେମୀ, ପ୍ରକୃତି ପ୍ରେମୀ, ମିଷ୍ଟଭାଷୀ, ଛାତ୍ର ପ୍ରେମୀ ସରଳ ମଣିଷ ଅଟନ୍ତି। ସେ ଏକା ଧାରାରେ ଜଣେ ସମାଜ ସେବୀ, ସଂସ୍କାରକ ତଥା ଉଚ୍ଚକୋଟୀର ଭାଷ୍ୟକାର ଅଟନ୍ତି। ଏଥିପାଇଁ ସେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ଵାରା ପୁରସ୍କୃତ ମଧ୍ୟ ହୋଇଛନ୍ତି। ସେ ସଂଘର ମୁଖପାତ୍ର ଭାବରେ ମନୋନୀତ ହୋଇଥିବାରୁ ତାଙ୍କୁ ଚାରିଆଡୁ ଅଭିନନ୍ଦନ ଓ ପ୍ରଶଂସାର ସୁଅ ଛୁଟୁଛି। ତାଙ୍କର ବଳିଷ୍ଠ ନେତୃତ୍ୱରେ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ସମସ୍ୟା ସମାଧାନ ହୋଇପାରିବ ବୋଲି ସମସ୍ତେ ଆଶାବାଦୀ ଅଟନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ