Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ରକ୍ତ ଦାନ ଶିବିର

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଶାଖା ମାରୱାଡ଼ି ଯୁବାମଞ୍ଚ ଓ ଜାଗୃତି ମହିଳା ଶାଖା ପକ୍ଷରୁ ଆଜି ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗ୍ରୀଷ୍ମ ଋତୁରେ ରକ୍ତର ଆବଶ୍ୟକତା କୁ ଦେଖି ଉପଖଣ୍ଡ ଚିକିତ୍ସା କେନ୍ଦ୍ରସ୍ଥ ରକ୍ତ ଭଣ୍ଡାର ପରିସରରେ ଶିବିର ଆୟୋଜିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ କିଶୋରଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏସଡିଏମଓ ଡା. ସୁବୋଧ କୁମାର ନାୟକ, ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିଶାନ, ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷଚନ୍ଦ୍ର ନାୟକ ଏବଂ ଓକିଲ ସଂଘ ସଭାପତି ପ୍ରମୋଦ ଛୁରିଆ ପ୍ରମୁଖ ଯୋଗଦେଇ ଶିବିରାର୍ଥି ମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ରାଜେଶ ଶର୍ମାଙ୍କ ପରିଚାଳନାରେ ଆୟୋଜିତ ସଂକ୍ଷିପ୍ତ ଉତ୍ସବରେ ପ୍ରଥମେ ରକ୍ତଦାନ କରିଥିବା ୧୦ ଜଣ ରକ୍ତଦାତାଙ୍କୁ ରେଡକ୍ରସ ପକ୍ଷରୁ ପ୍ରଦତ୍ତ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ