ଧାଡୁମୁଣ୍ଡାରେ ଧାନ ଖାଇ ଘର ଭାଙ୍ଗିଲା ହାତୀ


ସମ୍ବଲପୁର (ଯୁଯୋମୁରା): କଂସର ପଞ୍ଚାୟତର ଧାଡୁମୁଣ୍ଡାରେ ହାତୀ ବିତ୍ପାତରେ ରାଜୀବ ମୁଣ୍ଡାଙ୍କ ଘର ଚୁରମାର ହୋଇଯାଇଛି। ଗତ କାଲି ରାତି ପ୍ରାୟ ୧୦.୩୦ ମିନିଟରେ ଏକା ହାତୀ ରାଜୀବଙ୍କ ଘର ଭାଙ୍ଗି ଘରେ ଥିବା ୧ ବସ୍ତା ଧାନ ଖାଇ ଫେରି ଯାଇଛି । ଘରେ ଖାଇ ୨ ବୃଦ୍ଧ ବାପା ମାଁ ଶୋଇବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିବାରୁ ଅଳ୍ପକେ ଏହି ଦମ୍ପତି ରକ୍ଷା ପାଇଯାଇଛନ୍ତି । ଘରେ ଅନ୍ୟ ୫ ଜଣ ଅନ୍ୟ ବଖରାରେ ଥିବାରୁ ହାତୀ ଦାଉରୁ ସମସ୍ତେ ରକ୍ଷା ପାଇଯାଇଥିଲେ ମଧ୍ୟ ଘରର କାନ୍ଥ ଓ ଛାତ ଚୁରମାର୍ ହୋଇଯାଇଥିବାରୁ ମୁଣ୍ଡା ପରିବାର ନିରାଶ୍ରୟ ହୋଇପଡିଛନ୍ତି । ବନ ଓ ରାଜସ୍ୱ ବିଭାଗ ଏ ଦିଗରେ ତଦନ୍ତ କରି ତୁରନ୍ତ ନିରାଶ୍ରୟ ପରିବାରକୁ ସହଯୋଗର ହାତ ବଢାଇବାକୁ କ୍ଷତିଗ୍ରସ୍ତ ପରିବାର ସରକାରଙ୍କ ଠାରେ ଗୁହାରୀ ଜଣାଇଛନ୍ତି ।