ଆଜି ଆଡ଼ପ ମଣ୍ଡପ ବିଜେ କରିବେ ତିନି ଠାକୁର


ପୁରୀ: ଶରଧା ବାଲିରେ ବିରାଜମାନ ତିନି ଠାକୁର । ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ତିିନି ରଥରେ ଶୋଭା ପାଉଛନ୍ତି ତିିନିଠାକୁର। ଆଜି ଆଡ଼ପ ମଣ୍ଡପ ବିଜେ କରିବେ ତିନି ଠାକୁର । ଗୁଣ୍ଡିଚା ଅପରାହ୍ମରେ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ଯିବେ ଶ୍ରୀଜିଉ । ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଭିଡ ଜମୁଛି। ରଥ ଉପରେ ଆଜି ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହେବ ।

କାଲି ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହୋଇଥିଲା। ଯାହା ଫଳରେ ରଥ ଉପରେ ଭୋକ ଉପାସରେ ଥିଲେ ତିିିନିଠାକୁର। ତେବେ ଏଥର ରଥଯାତ୍ରା ବିଭ୍ରାଟ ଦେଖା ଦେଇଥିଲା । ରଥଯାତ୍ରା ଦିନ ଅଧାବାଟରେ ଅଟକି ଯାଇଥିଲା ନନ୍ଦିଘୋଷ ଓ ଦର୍ପଦଳନ । ପରଦିନ ସକାଳୁ ୨ ଭାଇ ଭଉଣୀଙ୍କ ରଥ ଟାଣନେଇଥିଲେ ଶ୍ରଦ୍ଧାଳୁ। ଏହାପୂର୍ବରୁ ପ୍ରଭୁ ବଳଭଦ୍ରଙ୍କ ରଥ ମାଉସୀ ମା ମନ୍ଦିରରେ ପହଞ୍ଚିସାରିଥିଲା। ସେଠାରେ ବି ରଥ ଉପରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ଦେଖା ଦେଇଥିଲା । ୪ ଘଣ୍ଟା ଉପାସରେ ରହିଲେ ଠାକୁର। ଶେଷରେ ଆଜି ଆଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି ।