Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀମନ୍ଦିରର ସିଂହଦ୍ଵାରରେ ସ୍ଥାପନ ହେବ ନୂତନ ରୂପାଦ୍ବାର

ପୁରୀ : ଶ୍ରୀମନ୍ଦିରର ସିଂହଦ୍ଵାରରେ ସ୍ଥାପନ ହେବ ନୂତନ ରୂପାଦ୍ବାର। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ମହାପ୍ରଭୁ ରଥଯାତ୍ରାରେ ନଅ ଦିନ ପାଇଁ ବାହାରିବା ପରେ ଏହି କାମ ଆରମ୍ଭ ହେବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହି ନିଷ୍ପତ୍ତି ଅନୁସାରେ ସିଂହଦ୍ବାରରେ ରୂପାଦ୍ବାର କାମ ଆରମ୍ଭ ହୋଇଛି।

ପ୍ରଥମେ ପ୍ଲାଏରେ ନିର୍ମିତ ଅସ୍ଥାୟୀ ସିଂହଦ୍ୱାର ତିଆରି କରାଯାଉଛି। ସିଂହଦ୍ବାରରେ ଥିବା ପିତ୍ତଳ ଦ୍ବାରକୁ ଖୋଲାଯାଇ ରୂପାଦ୍ବାର ଲଗାଯିବ। ମୁମ୍ବାଇର ଜଣେ ଦାତା ରୂପା ପ୍ରଦାନ କରିଛନ୍ତି। ସେଥିରେ ବର୍ମାଟିକ କାଠରେ ନୂତନ ଦ୍ବାରା ନିର୍ମାଣ କରାଯାଇଛି ଯାହାକୁ ଲଗାଯିବ। ଏହାସହ ଗର୍ଭଗୃହର ମଧ୍ୟ ଯାଞ୍ଚ ହେବ । ଏଏସଆଇର ବୈଷୟିକ କୋର୍ କମିଟି ଓ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ମିଳିତ ଭାବେ ଯାଞ୍ଚ କରିବେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ