Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରଲର ଚାପାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପୁଅଙ୍କ ମ୍ରୁତ୍ୟୁ: ଅଞ୍ଚଳରେ ଶୋକର ଛାୟା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଖଇରମାଲ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ବୁଲେଟ୍ ବାଇକ୍ କୁ ସାଇଡ୍ ଦେବାକୁ ଯାଇ ଟ୍ରଲର ଧକ୍କାରେ ପୂର୍ବତନ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ତଥା ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଉପଦେଷ୍ଟା ମନୋହର ହରପାଲଙ୍କ ଏକମାତ୍ର ପୁଅ ତକଦୀର ହରପାଲ(୩୬)ଙ୍କ ଘଟଣାସ୍ଥଳରେ ଦୁଃଖଦ ମ୍ରୁତ୍ୟୁ ଘଟିଛି ! ଏ ସଂପର୍କରେ ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ! ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ନଅଟା ସମୟରେ ତକଦୀର ଏକ ବୁଲେଟ୍ ବାଇକ୍ ଯୋଗେ ଭବାନୀପାଟଣା ଯାଉଥିବାବେଳେ ସାମ୍ନା ପଟେ ଆସୁଥିବା ଏକ ବୁଲେଟ୍ ବାଇକ୍ କୁ ସାଇଡ ଦେଉଥିବାବେଳେ ଦ୍ରୁତଗତିରେ ଯାଉଥିବା ଏକ ଟ୍ରଲର ବାଇକ୍ ସହିତ ତାଙ୍କୁ ଚାପି ପ୍ରାୟ ଶହେ ମିଟର ଘୋଷାଡ଼ି ନେଇଥିଲା ! ଘଟଣାସ୍ଥଳରେ ହିଁ ତକଦୀରଙ୍କ ମ୍ରୁତ୍ୟୁ ଘଟିଥିବାବେଳେ ଅନ୍ୟ ଏକ ବୁଲେଟ୍ ବାଇକରେ ଥିବା ଦୁଇଜଣ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ! ଏ ସଂପର୍କରେ ଖବର ପାଇ ଭବାନୀପାଟଣା ସଦର ଥାନା ଏସ୍ଆଇ ଟୁନା ସେଠୀ ପୁଲିସ ବଳ ସହିତ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ସହିତ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି ! ଏନେଇ ସଦର ଥାନାରେ କେସ୍ ୨୦୬/ ୨୩ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଦୁର୍ଘଟଣା ଘଟାଇଥିବା ଟ୍ରଲରଟିକୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି !

ତକଦୀରଙ୍କ ମ୍ରୁତ୍ୟୁ ଖବର ପାଇ ବହୁ ସଂଖ୍ୟାରେ ବନ୍ଧୁ ପରିଜନ ହସ୍ପିଟାଲ ପରିସରରେ ଉପସ୍ଥିତ ହୋଇଥିବାବେଳେ ତାଙ୍କ ମ୍ରୁତ୍ୟୁରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ସମାଜସେବୀ ସରୋଜ ବାଗ, ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡି, ଉପଦେଷ୍ଟା ଏସ୍. ସୁଜାତା, କାର୍ଯ୍ୟକାରୀ ସଭାପତି ଋଷିସୂଦନ ଛତ୍ରପାଲ, ସାଧାରଣ ସଂପାଦକ ସୂର୍ଯ୍ୟ ନାରାୟଣ କୁମାର, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାଏକ, ଯୋଜନା ଓ ସମ୍ମନ୍ବୟ କମିଟି ଅଧ୍ୟକ୍ଷ ବିଭୀଷଣ ନାଏକ, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରୁଥ୍ବୀରାଜ ଛତ୍ରିଆ, ସୁଶୀଲ କୁମାର ବାଗ, ଗୋପାଳଦାସ ମହାନନ୍ଦ, ଗୋବିନ୍ଦ ତାଣ୍ଡି, ଫେଡେରେସନର ଲାଞ୍ଜିଗଡ଼ ବ୍ଲକ ସଭାପତି ଜଗଦୀଶ ବେନିଆଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ! ଅପରପକ୍ଷରେ ତାଙ୍କ ପୈତ୍ରୁକ ଗାଁ ଡମ୍ ସୁଲିମରେ ଅତ୍ୟନ୍ତ ଶୋକାକୁଳ ପରିସ୍ଥିତିରେ ଦାହସଂସ୍କାର କରାଯାଇଥିବା ଜଣାପଡ଼ିଛି ! ସୂଚନାଯୋଗ୍ୟ, ଲାଞ୍ଜିଗଡ଼ ବ୍ଲକର ରାଜନୈତିକ ପରିବାର ଭାବେ ପରିଚିତ ହରପାଲ ପରିବାରର ବଡ଼ପୁଅ ତକଦୀର ହୋଇଥିବାବେଳେ ତାଙ୍କ ପରିବାରରେ ତାଙ୍କ ପତ୍ନୀ ଶ୍ରୀଦେବୀ ମହାନନ୍ଦ( ଭୁର୍ଟିଗଡ଼ ସମିତିସଭ୍ୟା) ଓ ତାଙ୍କର ଏକ ପାଞ୍ଚ ବର୍ଷର ପୁଅ ରହିଛି ! ତାଙ୍କ ମ୍ରୁତ୍ୟୁରେ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି !