Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଧୁବାବୁ ପେନସନ ଭତ୍ତା ବାଣ୍ଟିଲେ ଧର୍ମଗଡ ବିଧାୟକ ଓ ବ୍ଲକ ଉପାଧ୍ୟକ୍ଷ

କୋକସରା:୨୩/୦୬ : ମଧୁବାବୁ ପେନସନ ଯୋଜନା ରେ ସାମିଲ ହୋଇଥିବା ନୂତନ ହିତାଧିକାରୀ ମାନଙ୍କୁ ଶୁକ୍ରବାର କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଆମପାଣି,ବଡ଼ ପୋଡ଼ାଗୁଡା, କାଉଡୋଳା ଓ ଗମ୍ଭାରୀଗୁଡା ପଞ୍ଚାୟତ ଠାରେ ମଧୁବାବୁ ପେନସନ ରେ ଭତ୍ତା ବଣ୍ଟନ କରାଯାଇଛି।କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ମୋୖ ଷ ଧି ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଡ଼ିଓ ଉତ୍ତମ କୁମାର ବାଗ ଯୋଗଦେଇ ଆମପାଣି ପଞ୍ଚାୟତ ଠାରେ ୭୧ଜଣ ଙ୍କୁ ସରପଞ୍ଚ ରୁକ୍ମଣୀ ବାଣୁଆ,ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା , କାଉଡୋଳା ଠାରେ ୫୪ଜଣ ଙ୍କୁ ସରପଞ୍ଚ ଦେବିସିଂ ତାଣ୍ଡି,ସମିତି ସଭ୍ୟା ବୈଦେହୀ ବେଶ୍ରା ଓ ବଡ଼ ପୋଡ଼ାଗୁଡା ଠାରେ ୮୯ ଜଣ ଙ୍କୁ ସରପଞ୍ଚ ଯମୁନା ନାଏକ ଓ ଗମ୍ଭାରୀଗୁଡା ପଞ୍ଚାୟତ ଠାରେ ୨୭ ଜଣ ଙ୍କୁ ସରପଞ୍ଚ ଇଶରାମ ସୁନାନୀ ଉପସ୍ଥିତ ରହି ହିତାଧିକାରୀ ଙ୍କୁ ମଧୁବାବୁ ପେନସନ ବଣ୍ଟନ କରିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଙ୍କ ତତ୍ୱାବଧାନ ରେ ପଞ୍ଚାୟତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।।ମଧୁବାବୁ ପେନସନ ଯୋଜନା ରେ ସାମିଲ ହେବାପରେ ହିତାଧିକାରୀଙ୍କ ମଧ୍ୟରେ ବ୍ଲକ ପ୍ରଶାସନ,ବିଧାୟକ ଓ ବ୍ଲକ ଉପାଧ୍ୟକ୍ଷ ଙ୍କୁ କୃତଜ୍ଞତା ଜଣାଇଥିଲେ।