Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁଲାଇ ୧ ରେ ଓଟିଇଟି ପରୀକ୍ଷା

ଭୁବନେଶ୍ବର: ଜୁଲାଇ ୧ ରେ ଅନୁଷ୍ଠିତ ହେବ ଓଟିଇଟି ପରୀକ୍ଷା । ଏଥିଲାଗି ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମା ଏବଂ ବ୍ଲକ୍ ଆଦିରେ ୩୦୭ କେନ୍ଦ୍ର କରାଯାଇଛି। ଚଳିତ ଥର ଦେଢ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଦେବେ ପରୀକ୍ଷା। ଓଟିଇଟି ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟରୁ ସେମାନଙ୍କ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ଓଟିଇଟି ପରୀକ୍ଷା ଦୁଇଟି ବର୍ଗରେ ହେବ। ଓଟିଇଟି- ୧ ଏବଂ ଓଟିଇଟି-୨ ପରୀକ୍ଷା ଗୋଟିଏ ଦିନରେ ଦୁଇଟି ସିଟିଂରେ ହେବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଟିଇଟି-୧ ପରୀକ୍ଷା ସକାଳ ୮ ଟାରୁ ସାଢେ ୧୦ ଟା ପର୍ଯ୍ୟନ୍ତ ଏବଂ ଓଟିଇଟି-୨ ପରୀକ୍ଷା ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ଚାଲିବ।

ସୂଚନାଥାଉକି, ପ୍ରଥମଥର ପାଇଁ ଇଣ୍ଟିଗ୍ରେଟେଡ୍ ଏବଂ ଏମ୍‌ଏଡ୍‌ ଡିଗ୍ରୀଧାରୀଙ୍କୁ ଏହି ପରୀକ୍ଷାରେ ସୁଯୋଗ ଦିଆଯାଇଛି। ପୂର୍ବରୁ ଏହି ଡିଗ୍ରୀଧାରୀମାନେ ଓଟିଇଟି ଆବେଦନରୁ ବଞ୍ଚିତ ହୋଇଆସୁଥିଲେ।