Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମାଟୁପାଲି ଛକ ରୁ ବିପୁଳ ଗଞ୍ଜେଇ ଜବତ; ଜଣେ ଗିରଫ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସୋନପୁର-ସମ୍ବଲପୁର ମୁଖ୍ୟ ରାସ୍ତା ମାଟୁପାଲି ଛକରେ ପୁଲିସ ଚଢ଼ାଉ କରି ଏକ ନମ୍ବର ବିହୀନ ଟ୍ରାକ୍ଟର ସହ ଗଞ୍ଜେଇ ଜବତ କରି ରବିବାର ଜଣକୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ଛି। ଯୁବକ ଜଣକ ୟୁପି ର ସୁରେଶ (୨୮) ବୋଲି ପୁଲିସ ସୁଚନା ଦେଇଛି । ଘଟଣା ରୁ ପ୍ରକାଶ ଯେ ଏକ ନମ୍ବର ବିହୀନ ଟ୍ରାକ୍ଟର ସୋନପୁର ପଟରୁ ଯାଉଥିବା ଖବର ପାଇ ଏସପିଙ୍କ ନିର୍ଦ୍ଦେଶ କ୍ରମେ ମାଟୁପଲି ଛକ ଠାରେ ଉଲୁଣ୍ଡା ପୋଲିସ ଟିମ ଚଢାଉ କରିଥିଲା । ସେଠାରେ ଯାଞ୍ଚ କଲାପରେ ଟ୍ରାକ୍ଟର ର ଏକ ଗୁପ୍ତ ଚେମ୍ବର୍ ରେ ଗଂଜେଇ ଥିବା ଦେଖିବାକୁ ପାଇଥିଲେ l ସେଠାରୁ ଟ୍ରାକ୍ଟର ସହ ଗଂଜେଇ ଜବତ୍ କରି ଅଭିଯୁକ୍ତ ସୁରେଶକୁ ଅଟକ ରଖି ପଚରା ଉଚୁରା କରିଥିଲା l ତେବେ ଗଂଜେଇ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ୟୂପି ର ମିର୍ଜାପୁର କୁ ଚୋରା ଚାଲାଣ ହେଉଥିବା ତଦନ୍ତ ରୁ ଜଣାପଡିଥିଲା l ମlଜିଷ୍ଟେଙ୍କ ଉପସ୍ଥିତିରେ ଗଂଜେଇ ଓଜନ କଲାପରେ ୧୧୦ କେଜି ୨୦୦ ଗ୍ରାମ ଥିବା ଜଣାପଡିଥିଲା l ତେବେ ଆଜି ପୁଲିସ୍ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୁରେଶ କୁ କୋର୍ଟ ଚାଲାଣ କରାଯାଇଥିବା ଆଇ ଆଇ ସି ଯୋଗେଶ୍ୱର ପଣ୍ଡା ସୁଚନା ଦେଇଛନ୍ତି।