Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁକ୍ତ ଦୁଇ ନାମଲେଖା ଆବେଦନ ପାଇଁ ବଢିଲା ଅବଧି

ଭୁବନେଶ୍ବର: ଯୁକ୍ତ ଦୁଇ ନାମଲେଖା ପାଇଁ ବଢିଲା ସମୟସୀମା। ଯୁକ୍ତ ଦୁଇ ଆଡ୍‌ମିଶନ ପାଇଁ ଆବେଦନ କରିବାର ତାରିଖ ଜୁନ ୩୦ ଯାଏ ବୃଦ୍ଧି କରାଯାଇଛି। ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ ଆବେଦନ ତାରିଖ ବୃଦ୍ଧି କରାଯାଇଛି । ଏ ନେଇ  ରାଜ୍ୟ ସ୍କୁଲ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପୂର୍ବରୁ ଆବେଦନ ପାଇଁ ଶେଷ ତାରିଖ ଜୁନ୍ ୨୬ ରଖାଯାଇଥିଲା। ପ୍ରଥମ ଥର ଆବେଦନ ପାଇଁ ଶେଷ ତାରିଖ ଜୁନ୍ ୨୦ ରଖାଯାଇଥିଲା।

ନୂଆ କରି ସ୍ୱୀକୃତି ପାଇଥିବା ଉଚ୍ଚମାଧ୍ୟମିକ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ିବାର ସୁଯୋଗ ଦେବା ନିମନ୍ତେ ତଥା ଅଭିଭାବକମାନଙ୍କ ଅନୁରୋଧରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ସ୍କୁଲ ଗଣଶିକ୍ଷା ବିଭାଗ କହିଛି ।