କେବେ ସୁଧୀରିବ ରେଙ୍ଗାଲିର ଭାଗ୍ୟ : ପ୍ରଶାସନ ଲଗାଇଲା ଲଲୀପପ ଷ୍ଟ୍ରିଟ ଲାଇଟ


ଅଭିଶାପ ପାଇଛି କି ରେଙ୍ଗାଲି, ଏକଥା ଏବେ ଶିଳ୍ପ ସମୃଦ୍ଧ ରେଙ୍ଗାଲି ଅଞ୍ଚଳରେ ଚର୍ଚ୍ଚା ଚାଲିଛି l ସମ୍ବଲପୁର ଜିଲ୍ଲାର ଏହି ରେଙ୍ଗାଲି ବ୍ଲକ ମୁଖ୍ୟାଲୟରେ ସମସ୍ୟା ସମାଧାନ ହେବା ବଦଳରେ ବଢ଼ିବଢ଼ି ଚାଲିଛି l ରେଙ୍ଗାଲିର ଦୀର୍ଘ ଦିନର ଷ୍ଟ୍ରିଟ ଲାଇଟ ସମସ୍ୟାର ସମାଧାନ କରି ଗତ 18ତାରିଖ ଦିନ ସନ୍ଧ୍ୟା ସମୟରେ ସୋଲାର ଷ୍ଟ୍ରିଟ ଲାଇଟର ଶୁଭାରମ୍ଭ ହୋଇଯାଇଥିଲା କିନ୍ତୁ ଏହା ରେଙ୍ଗାଲିକୁ ଲଲୀପପ ଦେଲା ପ୍ରଶାସନ l

ରେଙ୍ଗାଲି ଅଞ୍ଚଳରେ ସମସ୍ୟା ଦିନକୁ ଦିନ ବଢ଼ି ଚାଲିଛି l ପ୍ରଶାସନ ମଧ୍ୟ ସମସ୍ୟାର ସମାଧାନ ବଦଳରେ ଅଞ୍ଚଳ ବାସୀଙ୍କୁ ଭୁଆଁ ବୁଲାଉଛନ୍ତି l ଏହି ସୋଲାର ଷ୍ଟ୍ରିଟ ଲାଇଟ ଲାଗିବା ଦିନ ସକାଳୁ ରେଙ୍ଗାଲି ବାସୀଙ୍କ ମନରେ ଏକ ଅଲଗା ଉତକଣ୍ଠା ଦେଖିବାକୁ ମିଳିଥିଲା l ସମସ୍ତେ ଅପେକ୍ଷା କରିଥିଲେ କେତେବେଳେ ସନ୍ଧ୍ୟା ହେବ ଏବଂ ଏହି ଲାଇଟ ଗୁଡିକ କେମିତି ଭାବରେ ଜଳିବ l ସନ୍ଧ୍ୟା ସମୟରେ ରେଙ୍ଗାଲିର ଜନ ପ୍ରତିନିଧି, ରେଙ୍ଗାଲି ବିଡ଼ିଓ ଏବଂ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହାର ଶୁଭ ଉଦଘାଟନ ହୋଇଥିଲା l କିନ୍ତୁ ସବୁଠାରୁ ଗୁରୁତ୍ୱ ପୁର୍ଣ ଘଟଣା ହେଲା ଏହି ଶିଳାନ୍ୟାସ ସମୟରେ ଏଥିରେ ନାଲେଖା ହୋଇଛି ଅଟକଲ ମୂଲ୍ୟ ନାଲେଖା ହୋଇଛି କେଉଁ ପାଣ୍ଠି l ଏହି ଷ୍ଟ୍ରିଟ ଲାଇଟ ରେଙ୍ଗାଲି କଲେଜ ଛକ ଠାରୁ ରାମଚନ୍ଦ୍ରନଗର ଛକ ପର୍ଯ୍ୟନ୍ତ ଲାଗିଛି କିନ୍ତୁ ରେଙ୍ଗାଲିକୁ ପଶିବା ମାତ୍ରେ ରେଙ୍ଗାଲି ପୂର୍ବ ଭଳି ରାତିରେ ଅନ୍ଧକାର ଦିଶିଲାଣି l ରେଙ୍ଗାଲିର କଲେଜ ଛକରୁ 300ମିଟର ପରେ ଥିବା ନଳିଆ ବ୍ରିଜ ପରଠାରୁ ଏହି ଷ୍ଟ୍ରିଟ ଲାଇଟ ଲଗାଯାଇଛି l ଏହି ବ୍ରିଜ ପୂର୍ଵରୁ ରାସ୍ତା କଡ଼ରେ ରହିଛି ରେଙ୍ଗାଲିର ବିଦେଶୀ ମଦ ଦୋକାନ, ସଞ୍ଜ ହେଲା ମାତ୍ରକେ ଏଠାରେ ବେଶ ଗହଳି ଦେଖାଯାଏ ଏବଂ ଠିପି ବନ୍ଦ ମଦ ଦୋକାନ ସାମ୍ନାରେ ଲୋକେ ମଦ ପିଇବା ଆରମ୍ଭ କରିଥାନ୍ତି l ମଦ ଦୋକାନକୁ ସୁହାଇଲା ଭଳି ସାମ୍ନା ରେ ସମ୍ପୂର୍ଣ ଅନ୍ଧକାର ରହିଛି l ଷ୍ଟ୍ରିଟ ଲାଇଟ ଲାଗିବ ଦିନଠୁ ସମ୍ପୂର୍ଣ ଭାବେ ଲାଇଟ ଜଳିଲା ନାହିଁ l କେଉଁ ଖୁମ୍ବର ଗୋଟେ ଲାଇଟ ଜଳୁଛି ତ କେଉଁ ଖୁମ୍ବର ଲାଇଟ ଆଦୌ ଜଳୁନାହିଁ l ଗତ ବୁଧବାର ରାତିରେ ସାମାନ୍ୟ ଝଡ଼ ହେବାରୁ ଜଳୁଥିବା କିଛିଟା ଲାଇଟ ମଧ୍ୟ ମହମ ବତୀ ପରି ଲିଭି ଯାଇ କିଛିଟା ଜଳୁଥିଲା l ଏଭଳି ପରିସ୍ଥିତିରେ ଆଗାମୀ କେତେ ଦିନ ପାଇଁ ଏହି ଲାଇଟ ଜଳୁଚି ତାହା ଦେଖିବାକୁ ବାକି ରହିଲା l