Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶବର ପଡା ଗାଁ ରେ ପହଞ୍ଚି ମୌଳିକ ସମସ୍ୟା ଉପରେ ଆଲୋଚନା କଲେ ବ୍ଲକ ଉପାଧ୍ୟକ୍ଷ

କୋକସରା: ସ୍ୱାଧୀନତା ର ସତୁରି ଦଶକ ପରେ ମଧ୍ୟ ଗାଁ କୁ ପହଞ୍ଚି ନାହିଁ ମୌଳିକ ସୁବିଧା।ଗାଁ କୁ ଯିବାପାଇଁ ପକ୍କା ରାସ୍ତା ନାହିଁ।ବର୍ଷ ର ୧୨ ମାସ ଗମନାଗମନ ପାଇଁ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଶବର ପଡା ର ଗ୍ରାମବାସୀ ମାନେ।ନିର୍ବାଚନ ଆସୁଛି ଯାଉଛି ଜନ ପ୍ରତିନିଧିମାନେ ପ୍ରତିଶ୍ରୁତି ଦେଇଛନ୍ତି ହେଲେ ତାହା ପାଣି ର ଗାର ସାଜିଛି। ପ୍ରତିଶୃତି କେବଳ ପ୍ରତିଶ୍ରୁତି ରେ ରହି ଯାଉଛି।ଏ ନେଇ ଗତ ସୋମବାର ଦିନ କୋକସରା ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ଅଭିଯୋଗ କରିଥିଲେ ଗ୍ରାମବାସୀ। ଅଭିଯୋଗ ପରେ ମଙ୍ଗଳବାର ଗ୍ରାମ ର ସ୍ଥିତି ଅନୁଧ୍ୟାନ କରିବାକୁ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଶବର ପଡା ଗାଁ ରେ ପହଞ୍ଚି ସ୍ଥାନୀୟ ଗ୍ରାମବାସୀ ଙ୍କ ସହ ଗାଁ ରେ ରହିଥିବା ରାସ୍ତା, ପାନିୟ ଜଳ, ଶିକ୍ଷା ର ଅସୁବିଧା କୁ ନେଇ ଆଲୋଚନା କରିଥିଲେ,ଓ ଆଗାମୀ କମ ଦିନ ମଧ୍ୟରେ ବ୍ଲକ।ପ୍ରଶାସନ ସହ ଆଲୋଚନା କରି ଶବର ପଡା ରେ ରହିଥିବା ମୌଳିକ ସମସ୍ୟା ସମାଧାନ କରିବାକୁ ପ୍ରତିଶୃତି ନୁହେଁ ବରଂ କାର୍ଯ୍ୟ କରିବାକୁ କହିଛନ୍ତି ।ଉପାଧ୍ୟକ୍ଷ ଙ୍କ ଆଲୋଚନା ପରେ ଗ୍ରାମବାସୀ ମାନେ ଆଶା କରିଛନ୍ତି ସେମାନଙ୍କ ସମସ୍ୟା ର ଅନ୍ତ ହେବ।ଉପାଧ୍ୟକ୍ଷ ଙ୍କ ସହ ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ,ସମାଜସେବୀ ଅଜିତ ପଟ୍ଟନାୟକ,ସଞ୍ଜୟ ସିଙ୍ଘଲ,ସନ୍ତୋଷ ଦାସ,ରବି ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ