Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଲଡୁଗାଁ ରେ କୁନି ରଥ ରେ ତିନି ଠାକୁର ଙ୍କୁ ଭକ୍ତିମୟପରିବେଶ ରେ ଟାଣିଲେ କୁନି କୁନି ଭକ୍ତ।

କୋକସରା:୨୮/୦୬ ସେ ତ ଜଗତ ର ନାଥ ଭାବ ଵିନୋଦିଆ ହଟିଆ ଠାକୁର, ଆଜି ପବିତ୍ର ବାହୁଡା ଯାତ୍ରା ପାଇଁ ଚଳ ଚଞ୍ଚଳ ହୋଇ ପଡିଛି ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ ପୁରି।ସେହିପରି କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଲଡୁଗାଁ ଠାରେ ପ୍ରତିବର୍ଷ ଏକ ନିଆଁରା ରଥଯାତ୍ରା ପାଳନ କରାଯାଏ, କୁନି ରଥ ରେ ତିନି ଠାକୁର ଙ୍କୁ କୁନି କୁନି ଭକ୍ତ ମାନେ ରଥ ଟାଣି ନେଇଥାନ୍ତି। କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କ ବାସ ଭବନ ରୁ ତିନି ଠାକୁର ଙ୍କ ପହଣ୍ଡି ବିଜେ କରିବା ପରେ ରଥ ରେ କୁନି ଗଜପତି ମହାରାଜା ଭାବେ ଶ୍ରେୟାଂଶ ଅଗ୍ରୱାଲ ଛେରାପହଁରା କରିଥିଲେ। ପରେ ରୀତିନୀତି ଅନୁସାରେ ରଥଟଣା ଆରମ୍ଭ ହୋଇଥିଲା। ଲଡୁଗାଁ ସହର ର କୁନି କୁନି ଶ୍ରଦ୍ଧାଲୁ ମାନେ ଏହରଥ ଟଣା ରେ ସାମିଲ ହୋଇଥିଲେ। ଘଣ୍ଟ,ଶଙ୍ଖ, ସଂକୀର୍ତ୍ତନ ଦଳ ର ଜୟ ଜଗନ୍ନାଥ ଧ୍ଵନି ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମେତ ଲଡୁଗାଁ ଗ୍ରାମବାସୀ ମାନେ ବାହୁଡା ଯାତ୍ରା ରେ ସାମିଲ ହୋଇ ରଥ ଟାଣିଥିଲେ।