Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେହ୍ଵାଗ-ଆଡାମ ଗିଲଖ୍ରୀଷ୍ଟଙ୍କ ସ୍ଵତନ୍ତ୍ର କ୍ଲବରେ ଓ୍ଵାର୍ଣ୍ଣରଙ୍କ ଏଣ୍ଟ୍ରି

ଲର୍ଡ୍ସ: ଅଷ୍ଟ୍ରେଲିଆର ଓପନିଂ ବ୍ୟାଟର ଡେଭିଡ୍ ଓ୍ଵାର୍ଣ୍ଣର ବୁଧବାର ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଆସେସ ଟେଷ୍ଟରେ ଆକ୍ରମଣାତ୍ମକ ବ୍ୟାଟିଂ କରିଛନ୍ତି। ସେ ୬୬ ବଲରେ ନିଜର ୩୫ତମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରି ୬୬ ରନର ଦମଦାର ଇନିଂସ ଖେଳିଛନ୍ତି। ନିଜର ଏହି ପାଳି ଦମରେ ଓ୍ଵାର୍ଣ୍ଣର ଦଳକୁ ଭଲ ଆରମ୍ଭ ଦେବା ସହ ଭାରତୀୟ ପୂର୍ବତନ ଓପନିଂ ବ୍ୟାଟର ବୀରେନ୍ଦ୍ର ସେହ୍ଵାଗ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ଓପନିଂ ବ୍ୟାଟର ଆଡାମ ଗିଲଖ୍ରୀଷ୍ଠଙ୍କ ସ୍ଵତନ୍ତ୍ର କ୍ଲବରେ ସାମିଲ୍ ହୋଇଛନ୍ତି। ଟେଷ୍ଟ କ୍ରିକେଟରେ ଓ୍ଵାର୍ଣ୍ଣରଙ୍କ ଏହା ୭୫ କିମ୍ବା ସେଥିରୁ ଅଧିକ ଷ୍ଟ୍ରାଇକ ରେଟ୍ ସହ ୩୦ତମ ଅର୍ଦ୍ଧଶତକ ଥିଲା। ଏଥିରେ ତାଙ୍କଠୁ ଆଗରେ ଏହି ଦୁଇ ବ୍ୟାଟର ଅଛନ୍ତି।

ଟେଷ୍ଟ କ୍ରିକେଟରେ ୭୫ କିମ୍ବା ସେଥିରୁ ଅଧିକ ଷ୍ଟ୍ରାଇକ ରେଟ୍ ସହିତ ଅର୍ଦ୍ଧଶତକ ହାସଲ କରିବାର ବିଶ୍ଵ ରେକର୍ଡ ବୀରେନ୍ଦ୍ର ସେହ୍ଵାଗଙ୍କ ନାମରେ ରହିଛି। ସେହ୍ଵାଗ ଏହି କାରନାମା ୩୯ ଥର କରିଛନ୍ତି ଏବଂ ଆଡାମ ଗିଲଖ୍ରୀଷ୍ଟ ୩୩ ଥର କରିଛନ୍ତି। ଓ୍ଵାର୍ଣ୍ଣର ଏବେ ଏହି ଦୁଇ ବ୍ୟାଟରଙ୍କ ଖାସ୍ କ୍ଲବରେ ସାମିଲ୍ ହୋଇଛନ୍ତି ଯେଉଁମାନେ ୩୦ରୁ ଅଧିକ ଥର ଅର୍ଦ୍ଧଶତକ ହାସଲ କରିଛନ୍ତି।

୭୫ରୁ ଅଧିକ ଷ୍ଟ୍ରାଇକ ରେଟରେ ସର୍ବାଧିକ ଅର୍ଦ୍ଧଶତକ
୩୯- ବୀରେନ୍ଦ୍ର ସେହ୍ଵାଗ
୩୩- ଆଡାମ ଗିଲଖ୍ରୀଷ୍ଟ
୩୦- ଡେଭିଡ୍ ଓ୍ଵାର୍ଣ୍ଣର
୨୮- ଭିଭିଆନ ରିଚାର୍ଡ୍ସ
୨୫- କପିଲ୍ ଦେବ
୨୫- ବ୍ରାଏନ ଲାରା

ଦ୍ଵିତୀୟ ଆସେସ ଟେଷ୍ଟରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୫ ଓ୍ଵିକେଟ୍ ହରାଇ ୩୩୯ ରନ କରିଛି। ଓ୍ଵାର୍ଣ୍ଣରଙ୍କ ବ୍ୟତୀତ ଟ୍ରେଭିସ୍ ହେଡ୍ ଏବଂ ଷ୍ଟିଭ୍ ସ୍ମିଥ ଅର୍ଦ୍ଧଶତକ ହାସଲ କରିଛନ୍ତି। ସ୍ମିଥ୍ ୮୫ ରନ କରି ଅପରାଜିତ ଅଛନ୍ତି। ଉଲ୍ଲେଖନୀୟ ପ୍ରଥମ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ସିରିଜରେ ୧-୦ରେ ଆଗରେ ରହିଛି।