Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଷାକ୍ତ ସାପ କାମୁଡ଼ାରେ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ।

କୋକସରା:୩୦/୦୬:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ସାନ ପୋଡ଼ାଗୁଡା ପଞ୍ଚାୟତ ମଙ୍ଗଳପୁର ଗ୍ରାମରେ ଗତକାଲି ରାତିରେ ଶୋଇଥିବା ବେଳେ ଏକ ବିଶଧର ସାପ କାମୁଡିବାରୁ ବନମାଳି ମାଝୀ(୪୦) ଙ୍କୁ ଗୁରୁତର ଅବସ୍ଥାରେ ବିଳମ୍ବିତ ରାତିରେ ଧର୍ମଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭବାନୀପାଟଣା ହସ୍ପିଟାଲ କୁ ସ୍ଥାନାନ୍ତର କରୁଥିବା ବେଳେ ଅଧା ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା,ପରେ ପରିବାର ଲୋକେ ମୃତକ ଙ୍କ ଶବ ଗାଁ ନେଇ ଫେରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଗୋତୋମୁଣ୍ଡା ଫାଣ୍ଡି ଏଏସଆଇ ମନୋଜ କୁମାର ନାଏକ ପହଞ୍ଚି ଶବ ଜବତ କରିଥିବା ଜଣାପଡ଼ିଛି । କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ମଙ୍ଗଳପୁର ଗସ୍ତ ରେ ଥିବା ବେଳେ ଖବର ପାଇ ସେ ମୃତକ ଙ୍କ ଘର କୁ ପହଞ୍ଚିବା ସହ ଶବ ବ୍ୟବଚ୍ଛେଦ ପାଇଁ ମହା ପ୍ରାୟଣ ଶବ ବାହକ ଗାଡି ବ୍ୟବସ୍ଥା କରି ଶବ କୁ କୋକସରା ଡାକ୍ତରଖାନା କୁ ବ୍ୟବଚ୍ଛେଦ ପାଇଁ ପଠାଇବାର ବ୍ୟବସ୍ଥା କରିଥିଲେ। କୋକସରା ଡାକ୍ତରଖାନା ର ଶବ ବ୍ୟବଚ୍ଛେଦ ଗୃହ ରେ ଶବ କୁ ରଖାଯାଇଛି। ଶୁକ୍ରବାର ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଯିବ ବୋଳି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏନେଇ ଆମପାଣି ଥାନା ରେ ଏକ ଅପମୃତ୍ୟୁ ମାମଲା ୪/୨୩ ରୁଜୁ ହୋଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ