Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁକ୍ତ ୨ ନାମଲେଖା ପାଇଁ ଆବେଦନ କରିସାରିଲେଣି କି?; ଆଜି ଶେଷ ତାରିଖ

ଭୁବନେଶ୍ବର: ଆଜି ଯୁକ୍ତ ଦୁଇରେ ନାମଲେଖା ଆବେଦନର ଶେଷ ତାରିଖ। ପୂର୍ବରୁ ୨ ଥର ଆବେଦନ ଅବଧି ବୃଦ୍ଧି କରାଯାଇଛି। ଆଜି ଆବେଦନର ଶେଷ ତାରିଖ। ଆସନ୍ତା ୬ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ। ୭ରୁ ୧୩ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ।

ଏହାପରେ ଜୁଲାଇ ୧୯ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ବାହାରିବ। ୨୦ରୁ ୨୨ତାରିଖ ମଧ୍ୟରେ ନାମଲେଖାଇବେ ଛାତ୍ରଛାତ୍ରୀ। ଜୁଲାଇ ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ସ୍ପଟ ଆଡମିଶନ ପ୍ରକ୍ରିୟା ଚାଲିବ। ଅଗଷ୍ଟ ପହିଲାରୁ ଆରମ୍ଭ ହେବ ଯୁକ୍ତ ୨ ପାଠପଢା । ତେବେ ଏପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ୨ ନାମଲେଖା ଲାଗି ଆବେଦନ କରିଛନ୍ତି । ତେବେ ଚଳିତ ବର୍ଷ ରାଜ୍ୟରେ ୨୧୪୫ଟି କଲେଜରେ ନାମଲେଖା ହେଉଛି ।