Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କାଲି ପରୀକ୍ଷା ଆଜି ପ୍ରଶ୍ନପତ୍ର ଭାଇରାଲ

ଭୁବନେଶ୍ବର: କାଲି ପରୀକ୍ଷା ଆଜି ପ୍ରଶ୍ନପତ୍ର ଭାଇରାଲ। ସୋସିଆଲ ମଡିଆରେ ଭାଇରାଲ ହେଉଛି ଓଟିଇଟି ପ୍ରଶ୍ନପତ୍ର । ହାତଲେଖାର ଏହି ପ୍ରଶ୍ନପତ୍ର, ଶିକ୍ଷକ ନିଯୁକ୍ତି ପାଇଁ ଥିବା ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟର ପ୍ରଶ୍ନପତ୍ର ବୋଲି ଅଭିଯୋଗ ହୋଇଛି। ଏ ନେଇ କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଓଟିଇଟି ପରୀକ୍ଷାରେ ଏହି ପ୍ରଶ୍ନପତ୍ର ପଡିବ ବୋଲି ହଜାର ହଜାର ଟଙ୍କାରେ ଏହାକୁ ବିକ୍ରି କରାଯାଉଛି।

ଏହି ଭାଇରାଲ ପ୍ରଶ୍ନପତ୍ର ୭ ପୃଷ୍ଠାର ଲେଖାଯାଇଛି। ଏହି ପେପର ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ବାସ୍ତବରେ ଏହା ସତରେ ଓଟିଇଟି ପ୍ରଶ୍ନପତ୍ରର ହାତଲେଖା ନା ନାହିଁ ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି । ତେବେ ଏନେଇ ଶିକ୍ଷା ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।