ଵ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରସାୟନ ବିଜ୍ଞାନ ସ୍ନାତକରେ ରୂପାଲି ଟପର


ବ୍ରହ୍ମପୁର : ସଦ୍ୟ ପ୍ରକାଶିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାରେ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ରୁପାଲି ଗୌଡ଼ ଟପ୍ପର ହୋଇଛନ୍ତି । ସିଏ ଏହି ଶ୍ରେୟ ନିଜର ପିତା ମାତା, ସ୍ୱାମୀ ଏବଂ ଶଶୁରଙ୍କୁ ଦେଇଛନ୍ତି |ଭବିଷ୍ୟତରେ ସିଏ ଅଧ୍ୟାପିକା ହେବାକୁ ଲକ୍ଷ ରଖିଛନ୍ତି ବୋଲି କହିଛନ୍ତି |ଏଥିପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲଙ୍କ ସମେତ ରସାୟନ ବିଜ୍ଞାନ ଅଧ୍ୟାପକ ଡ଼. ଇ. ରବିନାରାୟଣ ପାତ୍ର, ପଦାର୍ଥ ବିଜ୍ଞାନର ଡ଼ ଗିରିଧାରୀ ନାୟକ, ଡ଼ ସଂଜୀବ କୁମାର ଦାସଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଅଭିନନ୍ଦନ ଜଣାଇଛନ୍ତି |ସିଏ ହେଉଛନ୍ତି କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ମହେଶ୍ୱର ଗଉଡ଼ଙ୍କ ଝିଅ |