Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ବ୍ଲକ କୁ ଯୋଡିବ ମୁଖ୍ୟମନ୍ତ୍ରୀ ସଡକ ଯୋଜନା: ଭିତ୍ତିପ୍ରସ୍ତର ସ୍ଥାପନ କଲେ ଧର୍ମଗଡ ବିଧାୟକ ଓ ଜନ ପ୍ରତିନିଧି

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଉପାନ୍ତ ଅଞ୍ଚଳ ରେ ଖୋଲିଛି ବିକାଶ ର ବାଟ, ଦୀର୍ଘ ବର୍ଷ ର ଅପେକ୍ଷା ପରେ କୋକସରା ବ୍ଲକ ରୁ ଧର୍ମଗଡ ବ୍ଲକ କୁ ଯୋଡିବ ମୁଖ୍ୟମନ୍ତ୍ରୀ ସଡକ ଯୋଜନା । ରବିବାର କୋକସରା ବ୍ଲକ ସାନ ପୋଡ଼ାଗୁଡା ପଞ୍ଚାୟତ ନେଗିଗୁଡା ଠାରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋୖଷଧି ବାଗ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୁର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଧର୍ମଗଡ ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ, ଧର୍ମଗଡ ବ୍ଲକ ବିଜେଡି ସଭାପତି ଟିକମନ ଯାଦବ,କୋକସରା ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, ପୁର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମଗଡ ବଳରାମ ପୁଝାରି, ଯୁବନେତା ମାନସ ରଞ୍ଜନ ବାଗ, ପୋଡ଼ାଗୁଡା ସରପଞ୍ଚ ଜୟରାମ ନାଗ, ସମିତି ସଭ୍ୟ ରାଜୀବ ଖମାରି, ଆଦିବାସୀ ଯୁବ ନେତା ଋତୁରାଜ ମାଝୀ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

ନେଗିଗୁଡା ଠାରୁ ନୂନପାଣି ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଟକଳ ୪ କୋଟି ରହିଥିବା ବେଳେ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ରାସ୍ତା ନିର୍ମାଣ କାର୍ଯ୍ୟ ହେବ।ଏହି ରାସ୍ତା ହେବା ଫଳରେ ଦୀର୍ଘବର୍ଷ ର ଅଞ୍ଚଳବାସୀ ଙ୍କ ଏକ ମୁଖ୍ୟ ସମସ୍ୟା ର ଅନ୍ତ ହେବ ବୋଲି ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ। ଏହି ଅବସର ରେ ଏକ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଥିବା ବେଳେ ୩୦ ରୁ ଉର୍ଦ୍ଧ କର୍ମୀମାନେ ବିଜେଡି ଦଳ ରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ରେ ସାନ ପୋଡ଼ାଗୁଡା ନେଗିଗୁଡା ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ