ବିଶିଷ୍ଟ କବି ଓ ପ୍ରଶାସକ ନିହାରରଞ୍ଜନ ଦାଶଙ୍କ ଅଷ୍ଟମ କବିତା ସଂକଳନ ‘ପଣତ ଆଢ଼ୁଆଳେ ସର୍ଜନାର ଇନ୍ଦ୍ରଧନୁ’ ଲୋକାର୍ପିତ


କଳାହାଣ୍ଡି,୦୩/୦୭-ବିଶିଷ୍ଟ କବି ଓ ପ୍ରଶାସକ ନିହାର ରଞ୍ଜନ ଦାଶଙ୍କ ଅଷ୍ଟମ କବିତା ସଂକଳନ ପଣତ ଆଢ଼ୁଆଳେ ସର୍ଜନାର ଇନ୍ଦ୍ରଧନୁର ଲୋକାର୍ପଣ ଉତ୍ସବ ଆଜି ଭବାନୀପାଟଣାସ୍ଥିତ କଳାହାଣ୍ଡି ବିଶ୍ବବିଦ୍ୟାଳୟ ମାଣିକ୍ୟ ବିହାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟଅତିଥି ଭାବେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ. ସଞ୍ଜୟ କୁମାର ଶତପଥୀ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ପଦ୍ମଶ୍ରୀ ପଟ୍ଟାୟତ ସାହୁ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖକ, ନାଟ୍ୟକାର ଓ ଗବେଷକ ପରମେଶ୍ବର ମୁଣ୍ଡ, ସାମ୍ବାଦିକ ତଥା ସମ୍ବାଦର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି ଓ ନିଜେ କବି ଶ୍ରୀ ଦାଶ ଉପସ୍ଥିତ ଥିଲେ ! ଜଣେ କବି, ଲେଖକ ଓ ପ୍ରଶାସକ ଭାବେ ବହୁମୁଖୀ ପ୍ରତିଭାର ଅଧିକାରୀ ଶ୍ରୀ ଦାଶ ନିଜକୁ ଜଣେ ସଚ୍ଚା କଳାହାଣ୍ଡିଆ ଭାବେ ପରିଚୟ ଦେଉଥିବାବେଳେ ଜଣେ ଦରଦୀ ପ୍ରଶାସକ ବ୍ୟତୀତ ଜଣେ ଆଗଧାଡ଼ିର କବି ଓ ଲେଖକ ଭାବେ ସେ ବେଶ୍ ପ୍ରଶଂସାର ପାତ୍ର ଅଟନ୍ତି !