Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ ବିଧାନସଭା ପାଇଁ ମାନସ ରଞ୍ଜନ ବାଗ ଙ୍କୁ ମିଳିଲା ସାଙ୍ଗଠାନିକ ଦାୟିତ୍ୱ,ବିଭିନ୍ନ ମହଲ ରୁ ଶୁଭେଚ୍ଛା

କୋକସରା: ସାଧାରଣ ନିର୍ବାଚନ ଆଗକୁ ପାଖେଇ ଆସୁଥିବାରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। ବିଜୁ ଜନତା ଦଳ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ୫ ନିର୍ବାଚନ ମଣ୍ଡଳୀ ପାଇଁ ସାଙ୍ଗଠାନିକ ଦାୟିତ୍ୱ ପାଇଁ ୫ ଜଣ ଙ୍କୁ ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ମନୋନୀତ କରାଯାଇଛି। ଏ ନେଇ ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ପ୍ରେସ ବିଜ୍ଞପ୍ତି ରେ ସୂଚନା ଦେଇଛନ୍ତି।ଏହି କ୍ରମ ରେ ଧର୍ମଗଡ ବିଧାନସଭା ରୁ ଧର୍ମଗଡ ବିଧାୟକ ମୋୖଷଧି ବାଗ ଙ୍କ ପୁଅ ମାନସ ରଞ୍ଜନ ବାଗ ଙ୍କୁ ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ବିଜେଡି ଦଳ ପକ୍ଷରୁ ଘୋଷଣା କରାଯାଇଛି। ମାନସ ରଞ୍ଜନ ବାଗ ଦୀର୍ଘ ବର୍ଷ ହେବ ଦଲ ରେ ରହି ଜଣେ ଶୃଙ୍ଗଳିତ କର୍ମକର୍ତ୍ତା ଭାବେ ନିଜର ଗୁରୁ ଦାୟିତ୍ବ ନିର୍ବାହ କରି ଆସୁଥିଲେ। ଏଣୁ ଦଳ ତାଙ୍କ ଉପରେ ଆସ୍ଥା ରଖି ଧର୍ମଗଡ ନିର୍ବାଚନ ମଣ୍ଡଳୀ ର ସଭାପତି ଗୁରୁ ଦାୟିତ୍ବ ଦେଇଛନ୍ତି। ଆଗକୁ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ଦଳ କୁ ତୃଣମୂଳ ସ୍ତରରୁ ସଙ୍ଗଠନ ମଜବୁତ ସହ ଦଲୀୟ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବେ ବୋଳି ମାନସ ରଞ୍ଜନ ବାଗ କହିଛନ୍ତି। ନିର୍ବାଚନ ମଣ୍ଡଳୀ ସଭାପତି ନାମ ଘୋଷଣା ପରେ ଦଲୀୟ କର୍ମକର୍ତ୍ତା ଓ ଶୁଭେଚ୍ଛୁ ଙ୍କ ଗହଣ ରୁ ଅଭିନନ୍ଦନ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ