Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ସାମ୍ବାଦିକ ସମୁହ ପକ୍ଷରୁ ଧର୍ମଗଡ ବିଧାନସଭା କ୍ଷେତ୍ର ର ନୂତନ ସଭାପତି ଙ୍କୁ ସମ୍ବର୍ଦ୍ଧନା

କୋକସରା: ବିଜୁ ଜନତା ଦଳ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ୫ ନିର୍ବାଚନ ମଣ୍ଡଳୀ ପାଇଁ ସାଙ୍ଗଠାନିକ ଦାୟିତ୍ୱ ପାଇଁ ୫ ଜଣ ଙ୍କୁ ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ମନୋନୀତ କରାଯାଇଛି। ଏ ନେଇ ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ପ୍ରେସ ବିଜ୍ଞପ୍ତି ରେ ସୂଚନା ଦେଇଛନ୍ତି।ଏହି କ୍ରମ ରେ ଧର୍ମଗଡ ବିଧାନସଭା ରୁ ଧର୍ମଗଡ ବିଧାୟକ ମୋୖଷଧି ବାଗ ଙ୍କ ପୁଅ ମାନସ ରଞ୍ଜନ ବାଗ ଙ୍କୁ ଧର୍ମଗଡ ବିଧାନସଭା କ୍ଷେତ୍ର ପାଇଁ ସଭାପତି ଭାବେ ବିଜେଡି ଦଳ ପକ୍ଷରୁ ଘୋଷଣା କରାଯାଇଛି। ମାନସ ରଞ୍ଜନ ବାଗ ଦୀର୍ଘ ବର୍ଷ ହେବ ଦଳ ରେ ରହି ନିଜ ନେତୃତ୍ୱରେ ଦଳ ପାଇଁ ନିଜର ଗୁରୁ ଦାୟିତ୍ବ ନିର୍ବାହ କରି ଆସୁଥିଲେ। ଏଣୁ ଦଳ ତାଙ୍କ ଉପରେ ଆସ୍ଥା ରଖି ଧର୍ମଗଡ ବିଧାନସଭା ର ସଭାପତି ପଦବୀ ର ଗୁରୁ ଦାୟିତ୍ବ ଦେଇଛନ୍ତି। କୋକସରା ବ୍ଲକ ସାମ୍ବାଦିକ ସମୁହ ପକ୍ଷରୁ ତାଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧିତ କରାଯାଇଛି। ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ, ସନତ କୁମାର ପ୍ରଧାନୀ, ଯୁବ ସାମ୍ବାଦିକ ଜଗଦୀଶ ନାଏକ, ଦୁଷ୍ମନ୍ତ ପାଟଯୋଶୀ ଉପସ୍ଥିତ ରହି ବ୍ଲକ ସମୁହ ସାମ୍ବାଦିକ ଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ