Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଠିକ୍‌ ସମୟରେ ଦିଆଯାଉ ଦରମା; ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଠିକ ସମୟରେ ପେନସନ୍‌ ପ୍ରଦାନ ଲାଗି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ଅବସର ପ୍ରାପ୍ତ କର୍ମଚାରୀମାନଙ୍କୁ ଠିକ ସମୟରେ ପେନସନ ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯାଉ। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଆବଶ୍ୟକ କାଗଜ ପତ୍ର ପୂରଣରେ ବିଳମ୍ବ ହେଉଥିବାରୁ ସେମାନେ ପେନସନ ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ଏଥିପାଇଁ ହେଉଥିବାରୁ ମୁଖ୍ୟ ଶାସନ ସଚିବ ଏହାକୁ ଗୁରୁତର ସହ ନେଇଛନ୍ତି।

ପ୍ରଦୀପ ଜେନା ଆହୁରି ମଧ୍ୟ କହିଛନ୍ତି ଯେ ପେନସନ ପ୍ରଦାନରେ ବିଳମ୍ବ ହେଲେ ଅବସରପ୍ରାପ୍ତ କର୍ମଚାରୀ ସେମାନଙ୍କ ପ୍ରାପ୍ୟ ଉପରେ ୧୮% ସୁଧ ପାଇବାକୁ ହକଦାର। ବିଳମ୍ବ ପାଇଁ ଅଧିକାରୀ ଦାୟୀ ରହିବେ ବୋଲି ସେ କହିଛନ୍ତି। ମୁଖ୍ୟ ଶାସନ ସଚିବ ଦର୍ଶାଇଛନ୍ତି ଯେ ଓଡ଼ିଶା ସିଭିଲ୍ ସର୍ଭିସ୍ (ପେନସନ) ରୁଲ୍ ୧୯୯୨ ଅନୁଯାୟୀ ଅବସର ପରେ ପେନସନ୍ ଓ ଅନ୍ୟାନ୍ୟ ସୁବିଧା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ।