Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତାମିଲନାଡୁ ରେ ଯୁବତୀ ଙ୍କୁ ପ୍ରେମ ପ୍ରତାରଣା, ଜେଲ ଗଲା ଅଭିଯୁକ୍ତ ପ୍ରେମିକ

କୋକସରା: ରୋଜଗାର ପାଇଁ ତାମିଲନାଡୁ ଯାଇଥିଲେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳ ଝାର କୁଣ୍ଡାମାଲ ର ଜଣେ ଯୁବତୀ ଓ ଅନ୍ୟପଟେ ସେହି କମ୍ପାନି ରେ ସୋନପୁର ଜିଲ୍ଲା ଡୁଙ୍ଗରି ପାଳି ଗ୍ରାମର ସୁମିତ ନାଏକ (୨୭) ମଧ୍ୟ କାମ କରୁଥିଲେ।ଏହି ସମୟରେ ଦୁଇଜଣଙ୍କ ମଧ୍ୟରେ।ପ୍ରେମ ସମ୍ପର୍କ ଗଢି ଉଠିଥିଲା।ପ୍ରେମିକ ର ମିଠା ମିଠା କଥା ଓ ବିବାହ ପ୍ରଲୋଭନ ରେ ଯୁବତୀ ନିଜର ସର୍ବସ୍ବ ସମର୍ପି ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରେମିକ ଯୁବତୀ କୁ ପ୍ରତାରଣା କରିବା ଆରମ୍ଭ କରିବା ସହ ତାମିଲନାଡୁ ରୁ ନିଜ ଘର କୁ ଯାଉଛି କିଛିଦିନ ପରେ ଆସିବି କହି ଆଉ ଫେରିଲା ନାହିଁ କି ଯୁବତୀ ଫୋନ କଲେ ମଧ୍ୟରେ ଆଉ ଉଠାଇଲା ନାହିଁ। ଯୁବତୀ ପ୍ରେମ ରେ ପ୍ରତାରଣା ଓ ଧୋଖା ଖାଇବା ପରେ ଯୁବତୀ ନିରାଶ ହୋଇ ନିଜ ଗାଁ କୁ ଫେରି କୋକସରା ଥାନା ର ଦ୍ୱାରସ୍ଥ ହୋଇ ଗତ ଜାନୁଆରୀ ମାସରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା କୁ ନେଇ।କୋକସରା ଥାନା ପୋଲିସ ସୋନପୁର ପୋଲିସ ସହ ଯୋଗାଯୋଗ କରି ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ପ୍ରେମିକ ସୁମିତ ନାଏକ କୁ ସୋମବାର ଡୁଙ୍ଗରିପାଳି ରୁ ଗିରଫ କରିଥିଲେ। ଘଟଣା ରେ ଯୁବତୀ ର ଅଭିଯୋଗ କୁ ଭିତ୍ତି କରି ଯୁବକ କୁ ଦୋଷୀ ପାଇ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ସୁଚନା ଦେଇଛନ୍ତି।ଏନେଇ କୋକସରା ଥାନା ରେ ୫/୨୩ ରେ ମାମଲା ରୁଜୁ ହୋଇ ୩୭୬, ୫୦୬ ଆଇପିସି ଧାରା ରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ