Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୋଷେଇ ଘରେ ମହଙ୍ଗା ମାଡ଼

ମହଙ୍ଗା ପେଟ୍ରୋଲ,ଡିଜେଲ ମହଙ୍ଗା ରନ୍ଧନ ଗ୍ୟାସ, ମହଙ୍ଗା ଔଷଧ,ମହଙ୍ଗା ବସ ଟ୍ରେନ ଯାତ୍ରା,ମହଙ୍ଗା ଶିଶୁ ଖାଦ୍ୟ,ମହଙ୍ଗା ପ୍ରସାଧନ ସାମଗ୍ରୀ ସବୁକିଛି ମହଙ୍ଗା ମାଡରେ ତ୍ରାହି ତ୍ରାହି ଡାକୁଥିବା ଗରିବ ଓ ମଧ୍ୟବିତ୍ତ ପରିବାର ଏବେ ପନିପରିବାର ମହଙ୍ଗା ମାଡରେ କଣ ଖାଇବେ କଣ ନଖାଇବେ ସେହି ଚିନ୍ତାରେ ରହିଲେଣି।ପାଞ୍ଚ ଦିନ ତଳେ ଆଳୁ ଓ ପିଆଜ କେଜି ୨୦ ଟଙ୍କା ଥିଲା ହେଲେ ବୁଧବାର ୫ଟଙ୍କା ବୃଦ୍ଧି ପାଇ ୨୫ ଟଙ୍କା ହେଲାଣି।
ବୁଧବାର ତରଭା ବଜାରରେ ପାତଲଘଣ୍ଟା କେଜି ୧୨୦ ଟଙ୍କାରେ ମିଳୁଥିବା ବେଳେ ଆଳୁ ୨୫,ପିଆଜ ୨୫, ବାଇଗଣ ୫୦, ଫୁଲକୋବି ୧୦୦, ବନ୍ଧାକୋବି ୪୦, କାଙ୍କୁଡ଼ି ୫୦, ଗାଜର ୫୦, ଝୁଲେର ୮୦, ପୋଟଳ ୧୦୦, ଲାଉ ୪୦, କଙ୍କଡୋ ୧୦୦, ମାଖନ ୧୫, ସିମିଳା ମରିଚ ୧୨୦, କଞ୍ଚା ଲଙ୍କା ୨୦୦, କରଡି ୧୨୦, ରସୁଣ ୧୨୦, ଅଦା ୨୫୦, ବିଟ ୮୦, ଭେଣ୍ଡି ୪୦,କଞ୍ଚା କଦଳୀ ୪୦, ଭାଜିଶାଗ ୧୦୦,ଆମ୍ବ ୩୦ ଟଙ୍କା କେଜି ବିକ୍ରି ହେଉଥିବା ବେଳେ ୧୦ ଟଙ୍କାରେ ୪ଟି ଲେମ୍ବୁ ମିଳୁଛି।ରୋଷେଇଘର ପାଇଁ ଖାଇବା ତେଲର ଦାମ କମିଥିବା ବେଳେ ରାହାଡ଼ ଡାଲି ୧୩୦ରୁ ୧୫୦ ଟଙ୍କା କେଜି ହେଲାଣି।ସେହିପରି ମୁଗଡାଲି କେଜି ୧୧୦, ବିରି ୧୧୦, ମସୁରି ଡାଲି ୮୦, ଅଟା ୪୦, ଜୀରା ୮୦୦, ଧନିଆ ୧୧୦, ବେସନ ୭୫ ରୁ ୯୦, ଚିନି ୪୨, ଚାଉଳ (ସ୍ୱର୍ଣ୍ଣ) ୪୦, ଏଚଏମଟି ୪୫ଟଙ୍କା କେଜି(ସିଙ୍ଗଲ ବଏଲ) ବିକ୍ରି ହେଉଛି।ଅଣ୍ଡା ଗୋଟାକୁ ୭ଟଙ୍କା,ବଏଲର କୁକୁଡ଼ା ମାଂସ ୨୦୦, ଦେଶୀ କୁକୁଡ଼ା ମାଂସ ୪୦୦ ଓ ଖସିମାଂସ କେଜି ୬୦୦ ଟଙ୍କାରେ ବିକ୍ରି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ