Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗୋତୋମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୭୪ ତମ ବନ ମହୋତ୍ସବ ପାଳନ ଯୋଗଦେଲେ ଧର୍ମଗଡ ବିଧାୟକ

କୋକସରା : କୋକସରା ବ୍ଲକ ଗୋତୋମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଧର୍ମଗଡ ବନବିଭାଗ ବେହେରା ସେକ୍ସନ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋୖଷଧି ବାଗ ଯୋଗଦେଇ ପରିବେଶ ସୁରକ୍ଷା ଓ ମାନବ ସମାଜ ର ରକ୍ଷା ପାଇଁ ବୃକ୍ଷ ହିଁ ଜୀବନ… ଏଣୁ ଆମେ ସମସ୍ତେ ସଚେତନ ହୋଇ ଆଜିଠାରୁ ନିଜ ପରିବେଶ ରେ ବୃକ୍ଷ ରୋପଣ କରି ପ୍ରକୃତି କୁ ଧ୍ୱଂସ ହେବାରୁ ବଞ୍ଚାଇବା ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ,ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ଯୁବନେତା ମାନସ ରଞ୍ଜନ ବାଗ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ବ୍ଲକ ବିଜୁ ଜନତା ଦଳ ର କର୍ମକର୍ତ୍ତା ସୁଶାନ୍ତ ବେହେରା, ପ୍ରମୋଦ ପ୍ରଧାନୀ, ସୁରେଶ ସାହୁ, ତାପସ ରାୟ, ବିନୋଦ ସିଂ, ନବୀନ ପୁଝାରି,ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ, ଋତୁରାଜ ମାଝୀ,ଅଜିତ ପଟ୍ଟନାୟକ,ପାର୍ଥବ ମାଝୀ,ନିରଞ୍ଜନ ନାଏକ, ବଳିଆର ସିଂ ମୋରେଇ,ସମେତ ଗୋତୋମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବନ ବିଭାଗ କର୍ମଚାରୀ, ଓ ମିଶନ ଶକ୍ତି ର ମହିଳା ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।