Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲିବାସୀ ଙ୍କୁ ଗେସ ପାଇପଲାଇନ ହେଲା କାଳ।

ରେଙ୍ଗାଲି ବ୍ଳକ ରେଙ୍ଗାଲି ରୁ ରାମଚନ୍ଦ୍ର ନଗର ପର୍ଯ୍ୟନ୍ତ ଗେସ ପାଇପିଲାଇନ ବିଛାଇବା ପାଇଁ ପିଚୁ ରାସ୍ତା ଖୋଳି ଗେସ କମ୍ପାନୀ ବାଲା ଗେସପାଇପ ବିଛାଇଲା। ଗେସପାଇପ ବିଛାଇବା ପରେ ଉକ୍ତ ଗାତ ରେ ମାଟି ପୋତିଦେଇ ଛାଡିଦେଲା। ଫଳରେ ମାତ୍ର 4/5 ଦିନର ବର୍ଷା ଯୋଗୁଁ ମାଟି ଧୋଇ, ଦବିଯାଇ ଢୁଡା,ଖାଲ ହୋଇଯାଇଛି। ରେଙ୍ଗାଲି ଟାଉନ ର ଗୋଟିଏ ପାଖ ପିଚୁ ରାସ୍ତା ଖୋଳା ହୋଇଥିବା ସ୍ଥାନରେ ଖାଲି ମାଟି ଢାଙ୍କି ଦେଇଥିବା ରୁ ତାହା ବିଭିନ୍ନ ସ୍ଥାନରେ ଦବି ଯାଇ ନାଳା ଭଳିଆ ହୋଇଯାଇ ମରଣଜନ୍ତା ପାଲଟିଛି। ଯଦ୍ବାରା ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଖାଲି ଏତିକି ନୁହେଁ ବିଭିନ୍ନ ସ୍ଥାନରେ ଗାତ ଖୋଳି ମାଟି ପିଚୁ ରାସ୍ତା ଉପରେ ପକାଇ ଦେଇଛି। ଯଦ୍ୱାରା ସ୍ଥାନୀୟ ଲୋକମାନଙ୍କୁ ଜୀଵନ ଜାପାନ ଅସ୍ତବ୍ୟସ୍ତ ହୋଇପଡିଛି, ଏବଂ ଲୋକେ ହନ୍ତସନ୍ତ ହୋଇପଡିଛନ୍ତି। ଗେସପାଇପ ଲାଇନ ବିଛାଉଥିବା କମ୍ପାନୀ କୁ ପଚାରିବାରୁ ସେମାନେ କହୁଛନ୍ତି ବର୍ଷା ପୂର୍ବରୁ ପାଇପିଲାଇନ ବିଛାଯାଇଥିବା ସ୍ଥାନ କୁ କଂକ୍ରିଟ କରି ପିଚୁ ରାସ୍ତା ସହ ମିଶାଇଦେବୁ ବୋଲି ପ୍ରକାଶ କରିଛନ୍ତି।
ରେଙ୍ଗାଲି ବାସୀ ଙ୍କୁ ହେସ ପାଇପିଲାଇନ ବିଛାଇବା ଯେପରି ଅଭିଶାପ ହୋଇ ଯାଇଛି। ବିଭିନ୍ନ ସମୟରେ ଚୋଟ ବଡ଼ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ପିଚୁ ରାସ୍ତା ଉପରେ ମାଟି ପଡ଼ିଥିବାରୁ ଗୋଟିଏ ପାଖ ରାସ୍ତା ଏକ ପ୍ରକାରର ବନ୍ଦ ହୋଇଯାଇଛି। ପୋଲିସ ପ୍ରଶାସନ ଏହା ଉପରେ କଡା ପଦକ୍ଷେପ ନେଇ ଶୀଘ୍ର ଏହାର ଉପଚାର ନ କଲେ ଆଗାମୀ ଦିନରେ ଏକ ବଡ଼ ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି। ସାଧାରଣ ଲୋକେ କହୁଛନ୍ତି ସତେ ଯେପରି ଗେସ ପାଇପଲାଇନ ବିଛେଇବା ରେଙ୍ଗାଲି ବାସୀଙ୍କ ପାଇଁ କାଳ ହେଲା। ଗେସ ପାଇପିଲାଇନ ଵାଲା ର ଦାଦାଗିରି ବଢିଯାଇଛି। ପିଚୁ ରାସ୍ତା ଖୋଳି ପାଇପିଲାଇନ କଲା ପରେ କଂକ୍ରିଟ କରାନଗଲେ ଆଗାମୀ ଦିନରେ ଜଣ ଅସନ୍ତୋଷ ସୃଷ୍ଟି ହେବ। ଏଣୁ ଏହାର ଶୀଘ୍ର ସମାଧାନ କରାଗଲେ ସାଧାରଣ ଲୋକେ ହନ୍ତସନ୍ତ ହେବାରୁ ମୁକ୍ତି ପାଇବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ