Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକି ଟିକି ତାରା ଫୁଲ, ଆନ୍ତଃରାଷ୍ଟ୍ରିୟ ଟେଲି ଫିଲ୍ମ ପ୍ରତିଯୋଗତାରେ ସାମିଲ

ସମ୍ବଲପୁର:ସ୍ଵାଧୀନତାର ଗତିପଥ ଆଜି ଅସ୍ପଷ୍ଟ ।ଆଜିର କୋମଳମତି ଆସନ୍ତାକାଲିର ନାଗରିକ।ହେଲେ ତା’ ଭବିଷ୍ୟତ ଅନେକ ଅନୁତ୍ତରିତ… ପ୍ରଶ୍ନ…! ସେମାନେ ବି ସ୍ଵପ୍ନ ରେ ବିଭୋର।

ନୂତନ ସକାଳ ର ସରାଗ ପାଇଁ ଭରି ରହିଛି ମନ ଭିତରେ ଅସୁମାରି ଉନ୍ମାଦନା…! ଦୃଷ୍ଟି ସ୍ଥିର… ଅସ୍ତାଚଳ ରେ..! ଆଖିରେ ବିନ୍ଦୁ ବିନ୍ଦୁ ଲୁହ,କିନ୍ତୁ ସିନ୍ଧୁ ସିନ୍ଧୁ ସ୍ୱପ୍ନ।

ଏ ବସୁନ୍ଧରା ଆଗାମୀ ପିଢ଼ିର…. ଶିଶୁ ମାନଙ୍କର। ଏଇ ଟିକି ତାରା ଫୁଳର।ସେଇ ମାନେ ହିଁ ଏ ସୁନ୍ଦର୍ ଭାରତକୁ…. ଗାନ୍ଧୀ ବୁଢ଼ାର ରାମ ରାଜ୍ୟ ପରିକଳ୍ପନାର ରୂପ ଦେବେ। ସେଇ ମାନେ ହିଁ ଭାରତକୁ ଆସନ୍ନ ବିପର୍ଯ୍ୟୟ କବଳରୁ ରକ୍ଷା କରିବେ।ଆମ ଭାରତ ନିଶ୍ୱ କରି ଛାଡି ଯିବାର ଭୟରେ ଆତୁର ଶିଶୁ ଖୋଜୁଛି ଅନାବିଳ ସ୍ନେହର ଭାରତ। ଭାଙ୍ଗି ଯାଉଥିବା ଭାରତକୁ ସେମାନେ ଗଢିବେ ।
ଏଭଳି ପରିକଳ୍ପନାର ଏକ କାହାଣୀ ରହିଛି ବରିଷ୍ଠ ସାମ୍ବାଦିକ ତଥା ଚିଠି ସାହିତ୍ୟର ସୌଦାଗର ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ।”ଟିକି ଟିକି ତାରା ଫୁଲ”। ଏହି କାହାଣୀକୁ ନେଇ ନିର୍ମିତ ହୋଇଛି ଅସମିୟା ଭାଷାରେ ୪୫ ମନିଟର ଏକ ଶିଶୁ ଚଳଚ୍ଚିତ୍ର। ଯାହାକୁ ଗୌହାଟୀ ପାଞ୍ଚଗାଁ ଠାରେ ଥିବା ଚିଲ୍ଡଡ୍ରେନ କେୟାର ନାମକ ଏକ ଶିଶୁ ବିକାଶ ସଂଗଠନ ଏହାର ପ୍ରଯୋଜନା କରିଛି ।ଓଡିଆ ଭାଷାର “ଟିକି ଟିକି ତାରା ଫୁଲ”କୁ ଅସମୀୟା ଭାଷାରେ ଅନୁବାଦ କରିଛନ୍ତି ଆସାମ ଅଭିନେତ୍ରୀ ତଥା ବ୍ୟୁଟିସିଆନ୍ ସବିତା ଡୁମାଇ। ଏହି ଟେଲି ଶିଶୁ ଚଲଚ୍ଚିତ୍ରଟି ୨୦୨୪ ରେ ଆମେରିକାର ବର୍ଲିନ ସହରରେ ଆୟୋଜିତ ହେବାକୁ ଥିବା ଆନ୍ତଃରାଷ୍ଟ୍ରିୟ ଟେଲିଫ୍ଲିମରେ ଭାଗ ନେଉଛି। ଜାତୀୟ ସନ୍ଦେଶ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ନିଜେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ସବିତା ଡୁମାଇ ଏହାର ନିର୍ଦ୍ଦେଶନାବି ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ