Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୂଅ ରେ ପଡିଥିବା ଭାଲୁ କୁ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ

କୋକସରା: କୂଅ ରେ ପଡିଥିବା ଭାଲୁ କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ।କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼ହଗାଁ ସର୍ଗିଗୁଡ଼ା ଜଙ୍ଗଲ ନିକଟରୁ ଏକ ଭାଲୁ ଖାଦ୍ୟ ଅନ୍ୱେଷଣ ରେ ଆସି ଜାମପଡା ଗା ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ରେ ଗତକାଲି ସନ୍ଧ୍ୟାରେ ଖସି ପଡ଼ି ଯାଇଥିବା ବେଳେ ସ୍ଥାନୀୟ ଲୋକେ ଏ ନେଇ ବେହେରା ସେକ୍ସନ ଫରେଷ୍ଟ ବିଭାଗ କୁ ଖବର ଦେବାପରେ ବନ ବିଭାଗ କର୍ମଚାରୀ ପହଞ୍ଚି ନବରଙ୍ଗପୁର ଜିଲ୍ଲା ରୁ ଉଦ୍ଧାରକାରୀ ଦଳ କୁ ଡକାଇ ଗତ ବିଳମ୍ବିତ ରାତିରେ କୂଅ ରୁ ଅକ୍ଷତ ଅବସ୍ଥାରେ ଭାଲୁ କୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲ ରେ ଛାଡିଥିଲେ। ଉଦ୍ଧାର କାର୍ଯ୍ୟ ସମୟରେ ଧର୍ମଗଡ ବନ ବିଭାଗ ଅଧିକାରୀ, କୋକସରା ପୋଲିସ ଉପସ୍ଥିତ ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ