Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ଜୋନ 2 ରେ ମେଗା ଉଠା ଜଳ ସେଚନ ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ଙ୍କୁ ଦାବି।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଜୋନ 2 ଅନ୍ତର୍ଗତ ସମସ୍ତ ପଞ୍ଚାୟତ ରେ ମେଗା ଉଠା ଜଳ ସେଚନ ବ୍ୟବସ୍ଥା କରିବା ପାଇଁ ଜଳ ସଂପଦ ମନ୍ତ୍ରୀ ଟୁକୁନି ସାହୁ ଙ୍କୁ ଦାବି କରିଛନ୍ତି ଜୋନ 2 ଜିଲ୍ଲା ପରିଷଦ। ରେଙ୍ଗାଲି ଜୋନ 2 ରେ ଅଧିକାଂଶ ଲୋକ ଚାଷ କାମ କରି ଗୁଜୁରାଣ କରନ୍ତି। ଏହି ଚାଷୀ ମନେ ଚାଷ ପାଇଁ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାନ୍ତି। ସେଥିପାଇଁ ଚାଷୀ ମାନଙ୍କୁ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି। ଜୋନ 2 ଅନ୍ତର୍ଗତ କତରବଗା ପଞ୍ଚାୟତ ମେଗା ଲିଫ୍ଟ ଇରିଗେସନ ପ୍ରୋଜେକ୍ଟ ଅନ୍ତର୍ଗତ ଅଟେ କିନ୍ତୁ ଉପଯୁକ୍ତ ସ୍ଥାନରେ ପାଣି ପଏଣ୍ଟ ଦେଇନଥିବାରୁ ଏହି ପ୍ରକଳ୍ପ ଦ୍ବାରା ମାତ୍ର 20% ଚାଷ ଜମି ଜଳ ସେଚିତ ହୋଇପାରୁଥିବା ବେଳେ ବାକି 80% ଚାଷ ଜମି ଜଳ ସେଚନ ରୁ ବଞ୍ଚିତ ରହୁଛି। ତେଣୁ ଏହାର ଶୀଘ୍ର ସମାଧାନ କରିବାପାଇଁ ମନ୍ତ୍ରୀ ଙ୍କୁ ଦାବି କରାଯାଇଛି। ରେଙ୍ଗାଲି ଜୋନ 2 ଅନ୍ତର୍ଗତ ଲଇଡା, ରେଙ୍ଗଲୋଇ, କିନାଲୋଇ ପଞ୍ଚାୟତ ର ଚାଷୀ ମନେ ସମ୍ପୂର୍ଣ୍ଣ ଭବରେ ଚାଷ ପାଇଁ ମୌସୁମୀ ବର୍ଷା ଉପରେ ନିର୍ଭର କରନ୍ତି। ତେଣୁ ଏହି ପଞ୍ଚାୟତ ଗୁଡିକୁ ମଧ୍ୟ ମେଗା ଉଠା ଜଳସେଚନ ପ୍ରକଳ୍ପ ରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରାଯାଇଛି। ଏହି ଦାବି ପତ୍ର ଦେବା ସମୟରେ ରେଙ୍ଗାଲି ଜୋନ 2 ଜିଲ୍ଲା ପରିଷଦ ସଭ୍ୟ ଦେ ନାରାୟଣ ତିବାରୀ, ପଶ୍ଚିମ ଓଡିଶା ବିକାଶ ପରିଷଦ ଏକ୍ସପର୍ଟ ମେମ୍ବର ଯଜ୍ଞାସିନୀ ନାଗ, ଏମ ବି ସତ୍ୟମ, ଗୋବର୍ଦ୍ଧନ ସାହୁ, ଡୋଲାମଣି ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ