Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନ ସମ୍ପର୍କ ଯାତ୍ରା ରେ ଯୁବନେତା ସୁଜିତ ମେହେର, କୋକସରା ବ୍ଲକ ର ବିଭିନ୍ନ ଅଞ୍ଚଳ ଗସ୍ତ।

କୋକସରା:୦୮/୦୭ ସମ୍ବଲପୁରୀ ଓ ହାବସପୁରୀ ହସ୍ତତନ୍ତ କୁ ବିଶ୍ୱ ବଜାର ରେ ପରିଚିତ କରାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଫ୍ୟାସନ ଡିଜାଇନର ସୁଜିତ ମେହେର ଏବେ ରାଜନୀତି ରେ ପାଦ ଦେଇଛନ୍ତି। ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ରାଜନୀତି ମୈଦାନ ରେ ନିଜର ପତିଆରା ଜାହିର କରିବାକୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଧାନସଭା କ୍ଷେତ୍ର ର ଅନେକ ସ୍ଥାନରେ ଜନ ସମ୍ପର୍କ ଯାତ୍ରା ଆରମ୍ଭ କରିଛନ୍ତି। ଶନିବାର ସୁଜିତ ମେହେର କୋକସରା ବ୍ଲକ ର ଡୁଡୁକାଠେଙ୍ଗା ବନ୍ଧପଡା, ମହିମା ଓ ଡେଙ୍ଗାଗୁଡା ଗ୍ରାମରେ ପହଞ୍ଚିଥିବା ବେଳେ ଗ୍ରାମବାସୀ ଙ୍କ ପକ୍ଷରୁ ତାଙ୍କୁ ସ୍ଵାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଅଞ୍ଚଳ ର ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ବେକାରୀ ସମସ୍ୟା ଦୂରୀକରଣ,ଚାଷି ଙ୍କ ସମସ୍ୟା ର ସମାଧାନ, ମହିଳା ଙ୍କୁ ଆତ୍ମନିର୍ଭରଶୀଳ ପାଇଁ ଯୋଜନା ଉପରେ ଫୋକସ କରି ଲୋକଙ୍କ ନିକଟରେ ପହଞ୍ଚି ଆଲୋଚନା କରିଥିଲେ। ଅଞ୍ଚଳ ରେ ଜଣେ ଯୁବ ନେତୃତ୍ୱ କୁ ନେଇ ସାଧାରଣ ଲୋକ ଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି।ତେବେ କୌଣସି ରାଜନୈତିକ ଦଳ ରେ ଥିବା ନେଇ ସୁଜିତ ମେହେର ନିଜ ପକ୍ଷରୁ ଆଭିମୁଖ୍ୟ ସ୍ପଷ୍ଟ କରି ନାହାଁନ୍ତି। ଜନ ସମ୍ପର୍କ ଯାତ୍ରା ରାଜନୀତି ଉଦ୍ଦେଶ୍ୟ ନିହିତ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ