ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରଜପୁର କୁ ବିଜ୍ଞାପିତ ଅଂଚଳ ପରିଷଦ(ଏନଏସି) ମାନ୍ୟତା ଦାବୀ କରି ଆମ ଆଦମୀ ପାର୍ଟି (ଆପ) ତରଫରୁ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇଥିବା ଗଣଧାରଣା ଆଜି ସପ୍ତମ ଦିନରେ ପହଞ୍ଚିଛି । ଏନଏସି ଦାବୀ ସହିତ ବିଭିନ୍ନ ୧୫ ଦଫା ଦାବୀ କରି ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଗଣ ଧାରଣା ରେ ବସିଛନ୍ତି ଆପ ର କର୍ମକର୍ତ୍ତା ମାନେ ।ବୀରମହାରାଜପୁର ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବାହ୍ନ ୧୦ଘଣ୍ଟା ସମୟରୁ ଅପରାହ୍ନ ସାଢେ ୫ଟା ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ବୀରମହାରାଜପୁର ବାସୀ ଙ୍କ ଦୀର୍ଘ ଦିନର ଦାବି ଏନ ଏ ସି ଘୋଷଣା କରିବାକୁ ହୋଇଥିବା ବେଳେ ଏହାକୁ ତୁରନ୍ତ ଏନଏସି ଘୋଷଣା ପାଇଁ ଦଳ ପକ୍ଷରୁ ଦାବୀ କରାଯାଇଛି । ଏହା ସହିତ ମହାନଦୀ , ହରିହର ଯୋର ଓ ସୁରବାଲି ଯୋର ର ବିଭିନ୍ନ ସ୍ଥାନରେ ଚେକ୍ ଡ୍ୟାମ ତିଆରି କରିବା , ମୋ ବସ ସେବା ମୁର୍ଷୁଣ୍ଢି ରୁ ସୁବଳୟା ଦେଇ ବୀରମହାରାଜପୁର ରୁ ସୁବର୍ଣ୍ଣପୁର କୁ ଚଳାଚଳ କରିବା , ବୀରମହାରାଜପୁର ରେ ଶିତଳ ଭଣ୍ଡାର କରିବା , ବୀରମହାରାଜପୁର ଓ ଉଲୁଣ୍ଡା ଡାକ୍ତରଖାନରେ ସମସ୍ତ ଡାକ୍ତର ପଦ ପୂରଣ କରିବା ଭଳି ୧୫ ଦଫା ଦାବୀ ମଧ୍ୟ ପୂରଣ କରିବାକୁ ଦାବୀ କରାଯାଇଛି । ଏନେଇ ଗତ ୩ ତାରିଖ ସୋମବାର ଦିନ ଠାରୁ ଉକ୍ତ ଧାରଣା ଦିଆଯାଇଥିବା ବେଳେ ଆମ୍ ଆଦମୀ ପାର୍ଟି ସୁବର୍ଣ୍ଣପୁର ଜିଲା ସଭାପତି ସୁରେଶ କଲତା ଙ୍କ ନେତୃତ୍ବରେ ଏହି ଧାରଣା ଦେଇଛନ୍ତି I ଜିଲ୍ଲା ଉପସଭାପତି ପୃଥ୍ବୀରାଜ ଜଗଦଲା , ବୀରମହାରଜପୁର ବ୍ଲକ ଆପ୍ ସଭାପତି ମାଧବ ମହାକୁର , ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ରଞ୍ଜନ ମେହେର , ସୁବର୍ଣ୍ଣପୁର ବ୍ଲକ ଆପ ସଭାପତି ସତ୍ୟନାରାୟଣ ରଥ , ସୁବର୍ଣ୍ଣପୁର ଆପ ଜିଲା ପ୍ରଭାରୀ ତଥା ରାଷ୍ଟ୍ରିୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ , ବ୍ରଜମୋହନ ପଣ୍ଡା ଙ୍କ ସମେତ ଅନେକ ଆପ୍ ର ସଦସ୍ୟ , ସଦସ୍ୟା ଓ କର୍ମକର୍ତ୍ତା ଗଣଧାରଣାରେ ବସି ଥିବା ଦେଖାଯାଇଛି । ବୀରମହାରଜପୁର କୁ ବିଜ୍ଞାପିତ ଅଂଚଳ ପରିଷଦ ର ମାନ୍ୟତା ଦେବା ପର୍ଯ୍ୟନ୍ତ ଗଣଧାରଣା ଜାରି ରହିବ ବୋଲି ଆପ ଜିଲା ସଭାପତି ସୁରେଶ କଲତା ପ୍ରକାଶ କରିଛନ୍ତି।
ଗତ 3 ତାରିଖରୁ ବୀରମହାରାଜପୁର କୁ ଏନ୍ ଏ ସି ଦାବୀ କରି ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛି ଆମ୍ ଆଦମୀ ପାର୍ଟି
