ସମ୍ବଲପୁର: ସମ୍ବଲପୁର ପୋଲିସକୁ ବଡ଼ ସଫଳତା। ଗିରଫ ହେଲେ ୬ ଦୁର୍ଦ୍ଦାନ୍ତ ଅପରାଧୀ। ୨୨ ରାଉଣ୍ଡ ଗୁଳି ସହ ୮ ବନ୍ଧୁକ ସହ ନଗଦ ୧୧ ଲକ୍ଷ ୨୦ ହଜାର ଟଙ୍କା, ଗୋଟିଏ କାର ଏବଂ ୨ଟି ବାଇକ ପୋଲିସ ଜବତ କରିଛି। ଧନୁପାଲି, ଠେଲକୋଲି, ଅଇଁଠାପାଲି, ବୁର୍ଲାରେ ଚଢାଉ କରି ଏହି ସବୁ ଅପରାଧୀଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି।
ସୂଚନା ଅନୁଯାୟୀ, ୬ ଜଣଙ୍କ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି। ଜବତ ହୋଇଥିବା ବନ୍ଧୁକ ରାଜ୍ୟ ବାହାରୁ ଆସିଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୁ ।