Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ବେପାରୀ ଗିରଫ

ଭୁବନେଶ୍ୱର: କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଓ ଖୋର୍ଦ୍ଧା ପୋଲିସକୁ ମିଳିତ ସଫଳତା । ଖୋର୍ଦ୍ଧା ଜିଲ୍ଲା ବାଙ୍କି-ସିମର ରୋଡ ଓସ୍ତପୁର ଗାଁ ନିକଟରୁ ବିପୁଳ ମାତ୍ରାରେ ବ୍ରାଉନ୍‌ସୁଗାର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣା ପଡ଼ିଛି। ଘଟଣାରେ ପୋଲିସ ଜଣେ ବେପାରୀଙ୍କୁ ଗିରଫ କରିଛି। ଗିରଫ ବେପାରୀ ହେଉଛନ୍ତି ସୁରେଶ କୁମାର ମହାପାତ୍ର।

ସୂଚନା ଅନୁଯାୟୀ, ବାଘମାରି ଥାନା ପୋଡାଡିହ ଗାଁର ସୁରେଶ କୁମାର ମହାପାତ୍ର ବ୍ରାଉନ୍‌ସୁଗାର କରାବାର କରୁଥିବା ନେଇ ଏସ୍‌ଟିଏଫ୍ ଓ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହାରି ଆଧାରରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଙ୍କି-ସିମର ରୋଡ ଓସ୍ତପୁର ଗାଁର ନିକଟରେ ଚଢାଉ କରିଥିଲା। ଚଢାଉରେ ୧୧୦୦ ଗ୍ରାମର ବ୍ରାଉନ୍‌ସୁାଗର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ତାଠୁ ଏକ ବୁଲେଟ୍ ମଧ୍ୟ ଜବତ ହୋଇଛି। ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଆଜି ଜିଲ୍ଲା କୋର୍ଟ ଚାଲାଣ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ