Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାହାନଗା ଟ୍ରେନ ଟ୍ରାଜେଡି; ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ, ଗିରଫ ୩ କର୍ମଚାରୀଙ୍କ ଚାଲିଛି ମାରାଥନ ଜେରା

ଭୁବନେଶ୍ଵର: ବାହାନଗା ଟ୍ରେନ ଟ୍ରାଜେଡିରେ ସିବିଆଇ ତଦନ୍ତକୁ ଜୋରଦାର କରିଛି। ଶୁକ୍ରବାର ୩ ଜଣ କର୍ମଚାରୀ ଗିରଫ କରିବା ପରେ ସିବିଆଇ ବାହାନଗା ଷ୍ଟେସନ ବଜାର ମାଷ୍ଟରଙ୍କୁ ସିବିଆଇ ସମନ ଜାରି କରିଥିବା ସୂଚନା ମିଳିଛି। ଭୁବନେଶ୍ଵର ସିବିଆଇ ଅଫିସରେ ହାଜର ପାଇଁ ସମନ ଜାରି କରାଯାଇଛି।

ମାମଲାରେ ଗିରଫ ୩ ରେଳ ଅଧିକାରୀଙ୍କୁ ରିମାଣ୍ଡରେ ନେଇ ସିବିଆଇର ସ୍ଵତନ୍ତ୍ର ଟିମ୍ ମାରାଥନ ଜେରା କରୁଛନ୍ତି। ସିଗନାଲିଂ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିଲା। କେଉଁ ପରିସ୍ଥିତିରେ ଘଟଣା ଘଟିଲା, ଦୁର୍ଘଟଣା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଚାଲିଥିଲା କି ? ଏହା ପଛରେ କିଛି ଷଡଯନ୍ତ୍ର ରହିଛି କି ନାହିଁ, ଏସବୁ ଦିଗ ଉପରେ ସିବିଆଇ ଅଧିକ ତଦନ୍ତ ଚଳାଇଛି। ୫ ଦିନିଆ ରିମାଣ୍ଡରେ ଆସିଥିବା ୩ ରେଳ ଅଧିକାରୀଙ୍କୁ ଚନ୍ଦକା ଥାନାରେ ଅଲଗା ଅଲଗା ଜେରା କରାଯାଉଛି। ରିମାଣ୍ଡରେ ଥିବା ୩ ଅଭିଯୁକ୍ତ ହେଉଛନ୍ତି ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ, ଅରୁଣ କୁମାର ମୋହାନ୍ତ ଏବଂ ଟେକ୍ନିସିଆନ ପପୁ କୁମାର। ଏମାନଙ୍କ ବିରୋଧରେ ସିଆରପିସିର ଧାରା ୩୦୪(ହତ୍ୟା) ଏବଂ ୨୦୧(ପ୍ରମାଣ ନଷ୍ଟ)ଦଫା ଲଗାଯାଇଛି।

ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସୁପାରିସକ୍ରମେ ସିବିଆଇ ମାମଲାର ତଦନ୍ତ କରୁଛି। ବାହାନଗାରେ ଟ୍ରେନ ଦୁର୍ଘଟଣା ପରେ ସିବିଆଇ ତଦନ୍ତ ସମୟରେ ଲଗ୍ ବୁକ୍, ରେଲେ ପ୍ୟାନେଲ ଏବଂ ଉପକରଣ ଜବତ କରି ଷ୍ଟେସନକୁ ସିଲ୍ କରିଥିଲା। ଏବେ ବାହାନଗା ବଜାର ଷ୍ଟେସନରେ କୌଣସି ଟ୍ରେନ ଅଟକୁ ନାହିଁ। ଏହି ସମୟରେ ତଦନ୍ତକାରୀ ଏଜେନ୍ସି ଷ୍ଟେସନର ୫ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରିଥିଲା। ଏହା ପରେ ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ ସୋର ସ୍ଥିତ ଭଡ଼ା ଘରକୁ ସିଲ୍ କରିଥିଲା।

ଏହା ପୂର୍ବରୁ ବାହାନଗା ଟ୍ରେନ ଦୁର୍ଘଟଣାରେ ରେଲଓ୍ଵେ ସୁରକ୍ଷା ଆୟୋଗ ତଦନ୍ତ ରିପୋର୍ଟ ରେଲଓ୍ଵେ ବୋର୍ଡକୁ ପ୍ରଦାନ କରିଥିଲେ। ଏଥିରେ ମାନବଜନିତ ତ୍ରୁଟି ଏବଂ କରମଣ୍ଡଳକୁ ଭୁଲ ସିଗ୍ନାଲ ଦିଆଯାଇଥିବା ଉଲ୍ଲେଖ ରହିଛି। ତେବେ ଏହି ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ। ରେଲଓ୍ଵେ ବୋର୍ଡ ଏବେ ସିବିଆଇର ତଦନ୍ତ ରିପୋର୍ଟକୁ ଅପେକ୍ଷା କରିଛି। ଘଟଣାରେ ରେଲଓ୍ଵେର ସାଉଥ ଇଷ୍ଟର୍ଣ୍ଣ ଜୋନର ଅନେକ ଅଧିକାରୀଙ୍କୁ ବଦଳି କରାଯାଇଛି। ଇଷ୍ଟର୍ଣ୍ଣ ଜୋନର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ଟ୍ରାନ୍ସଫର କରାଯାଇଛି ତାଙ୍କ ସ୍ଥାନରେ ଅନିଲ କୁମାର ମିଶ୍ରଙ୍କୁ ମହାପ୍ରବନ୍ଧକ ଭାବେ ନିଯୁକ୍ତ କରାଯାଇଛି।

ସୂଚନାଯୋଗ୍ୟ, ବାହନଗା ବଜାର ଷ୍ଟେସନରେ ଜୁନ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଲୁପ ଲାଇନରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନକୁ ଭୀଷଣ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ୍। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଯଶବନ୍ଦପୁର-ହାଓ୍ଵଡା ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ୨୯୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଲେ ୧୨୦୮ ଆହତ ହୋଇଥିଲେ।

More Stories