Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଙ୍ଗଲ ସୁରକ୍ଷା ପାଇଁ ସାହାଜଖୋଲ ବନ ସୁରକ୍ଷା ମହାସଙ୍ଘ ପକ୍ଷରୁ ଗୋତୋମୁଣ୍ଡା ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ।

କୋକସରା:୦୯/୦୭ ଦିନ କୁଦିନ ଜଙ୍ଗଲ ମାଫିଆ ଙ୍କ ଲୋଲୁପ ଦୃଷ୍ଟିରେ ପଡି ଦିନେ ଘଞ୍ଚ ଜଙ୍ଗଲ ଥିବା ସାହାଜଖୋଲ ଜଙ୍ଗଲ ଏବେ ଜବରଦଖଲ କାରୀ ଙ୍କ କ୍ବଜ୍ଜା ରେ ସଙ୍କୁଚିତ ହେବାସହ ପଦା ହୋଇ ସାରିଲାଣି।ଏହି ଜଙ୍ଗଲ ଉପରେ ନିର୍ଭର କରି ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳ ର ବନବାସୀ ମାନେ ପୂର୍ବ ପୁରୁଷାନୁକ୍ରମେ ନିଜର ଜୀବନ ଜୀବିକା ଏହି ଜଙ୍ଗଲ ଜାତ ଦ୍ରବ୍ଯ ରୁ ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ,ହେଲେ ବିଗତ କିଛିବର୍ଷ ହେବ ଏହି ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଉପରେ ପଡୋଶୀ ଜିଲ୍ଲା ର କିଛି ଆଦିବାସୀ ଙ୍କୁ ଢାଲ କରି ବଙ୍ଗାଳି ଓ ବିହାରୀ ମକା ମାଫିଆ ମାନେ ହେକ୍ଟର ହେକ୍ଟର ଜଙ୍ଗଲ ନଷ୍ଟ କରି ମକାଚାଷ କରିଛନ୍ତି ଫଳରେ ଜଙ୍ଗଲ ଉପରେ ନିର୍ଭର କରୁଥିବା ବନବାସୀ ଜୀବନ ଜୀବିକା ହରାଇଥିବା ବେଳେ ଜଙ୍ଗଲ ର ବନ୍ୟଜନ୍ତୁ ମଧ୍ୟ ଗାଁ ମୁହାଁ ହେଉଛନ୍ତି।ସାହାଜଖୋଲ ଜଙ୍ଗଲ ସୁରକ୍ଷା ମହାସଙ୍ଘ ପକ୍ଷରୁ ବିଭିନ୍ନ ସମୟରେ ଜିଲ୍ଲା ବନ ବିଭାଗ ଉଚ୍ଚ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ନିକଟରେ ଜଙ୍ଗଲ ସୁରକ୍ଷା ପାଇଁ ଅଭିଯୋଗ କରିଛନ୍ତି ହେଲେ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆ ଯାଇନାହିଁ। ଏନେଇ ଉଦବେଗ ପ୍ରକାଶ କରି ରବିବାର କୋକସରା ବ୍ଲକ ଗୋତୋମୁଣ୍ଡା ଧାନ ମଣ୍ଡି ଠାରେ ସାହାଜଖୋଲ ବନ ସୁରକ୍ଷା ମହାସଙ୍ଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ନିଜର ଅଭିଯୋଗ କୁ ଗଣମାଧ୍ୟମ ମାଧ୍ୟମରେ ପ୍ରଶାସନ ର ଦୃଷ୍ଟିଗୋଚର କରିବାକୁ ପ୍ରୟାସ କରିଛନ୍ତି। ବନ ସୁରକ୍ଷା ମହାସଙ୍ଘ ର ଆବାହକ ଭୁଜବଲ ସୋରି ଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଦିବାସୀ ସଙ୍ଘ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ମୁଖ୍ୟ ବକ୍ତା ଭାବେ ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଧର୍ମଗଡ ବ୍ଲକ ଆଦିବାସୀ ସଂଘ ସଭାପତି ଭବେଶ ଗନ୍ତିଆ, ଜିଲ୍ଲା ଆଦିବାସୀ ସମ୍ପାଦକ ଋତୁରାଜ ମାଝୀ, ବ୍ଲକ ସମ୍ପାଦକ ତ୍ରିନାଥ ଶବର,ଡୁଡୁକାଠେଙ୍ଗା ସମିତି ସଭ୍ୟା ପାର୍ବତୀ ବାଗ,ସରପଞ୍ଚ ପୋଡ଼ାଗୁଡା ଜୟରାମ ନାଗ,ନାରିନେତ୍ରୀ ହେମାଙ୍ଗିନି ହଂସ,ବେବିନା ଲହଜଳ ମଞ୍ଚ ରେ ଉପସ୍ଥିତ ରହି ଗତ ୨୦୨୧ ରେ ସାହାଜଖୋଲ ଜଙ୍ଗଲ ର ଭଟାପାନି, ଡୁମେରପାନି ରେ ଅନାଧିକୃତ ଭାବେ ମକାଚାଷ କରୁଥିବା ନବରଙ୍ଗପୁର ଜିଲ୍ଲାର କିଛି ବନବାସୀ ପରିବାର ଙ୍କୁ ଜଙ୍ଗଲ ସୁରକ୍ଷା କମିଟି ଓ ଜଙ୍ଗଲ ବିଭାଗ ପକ୍ଷରୁ ବିତାଡିତ କରାଯାଇଥିବା ବେଳେ ଘଟଣା କୁ ନେଇ ଦୁଇ ଜିଲ୍ଲା ମଧ୍ୟରେ ଚାପା ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା ପରେ ଉଭୟ ଜିଲ୍ଲା ପ୍ରଶାସନ ର ମିଳିତ ଉଦ୍ୟମ ରେ ଶାନ୍ତି କମିଟି ଗଠନ କରାଯାଇ ବନବାସୀ ଙ୍କୁ ଥଇତାନ କରିବା ପାଇଁ ୬ ମାସ ସମୟ ମାଗିଥିଲେ ହେଲେ ଏହା ଭିତରେ ୨ ବର୍ଷ ରୁ ଉର୍ଦ୍ଧ ସମୟ ଅତିକ୍ରମ ପରେ ମଧ୍ୟ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନେଇ ନାହାନ୍ତି, ଫଳସ୍ୱରୂପ ପୁଣି କଳାହାଣ୍ଡି ସୀମା ଜଙ୍ଗଲ ମଧ୍ୟରେ ମକାଚାଷ ବ୍ୟାପକ ମାତ୍ରାରେ କରା ଯାଇଥିବା ଅଭିଯୋଗ କରିଛନ୍ତି ଓ ଆଗାମୀ ୧୫ ଦିନ ମଧ୍ୟରେ ଉଭୟ ଜିଲ୍ଲା ଜଙ୍ଗଲ ବିଭାଗ ଓ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତାହେଲେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ବନ ସୁରକ୍ଷା ମହାସଙ୍ଘ ର କର୍ମକର୍ତ୍ତା। କାର୍ଯ୍ୟକ୍ରମ କୁ ନିରଞ୍ଜନ ବାଗ, ସୁଭାଷ ଖରସେଲ, ରୁକଚନ କାଣ୍ଡ, ଟିକଚନ ମାଝୀ, ତ୍ରିନାଥ ପୋଟା, ହିମାଂଚଳ ପୁଝାରି,ଧନବଲ ମାଝୀ,ପରୀକ୍ଷିତ ବେଶ୍ରା,ଗୋବିନ୍ଦ ଭଇସାଲ,ଦୈତାରି ଦଳପତି ପ୍ରମୁଖ ସହଯୋଗ କରିଥିବା ବେଳେ ରୋମାଞ୍ଚଳ ପୁଝାରି ମଞ୍ଚ ପରିଚାଳନା କରିଥିଲେ।