Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଟିପି ସେୟାରିଂ ମାମଲା; ଟଙ୍କା ପଠାଇଥିବା ମାନିଲା ଅଭିଜିତ, ଏବେ ଏନଆଇଏ ଉପରେ ସଭିଙ୍କ ନଜର

ଭୁବନେଶ୍ଵର: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଓଟିପି ସେୟାରିଂ ମାମଲାରେ ଓଡ଼ିଶାର ପଠାଣି ଲେଙ୍କାକୁ ଟଙ୍କା ପଠାଇଥିବା ମାନିଛି ଅଭିଯୁକ୍ତ ଅଭିଜିତ ଜମ୍ବୁରେର। ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ମେଡିକଲା ନେବା ବେଳେ ପ୍ରତିକ୍ରିୟା ଦେଇ ଥରେ ନୁହେଁ ଅନେକ ଥର ଟଙ୍କା ପଠାଇଥିବା କହିଛି ଅଭିଜିତ। ତେବେ ଆଇଏସଆଇ ଏଜେଣ୍ଟ ସହ ଲିଙ୍କ ନେଇ ପ୍ରଶ୍ନ ଉପରେ ଅଭିଜିତ ପ୍ରତିକ୍ରିୟା ରଖିନି। ମେ ୧୪ରେ ଗିରଫ ହୋଇ ପଠାଣି ସାମନ୍ତ ଲେଙ୍କା ଜେଲରେ ଅଛି।

ମାମଲାର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଭୁବନେଶ୍ଵର ପହଞ୍ଚି ସାରିଛି। ସେପଟେ ଆଇବିର ୨ ଅଫିସର ଏବଂ ମହାରାଷ୍ଟ୍ର ଏଟିଏସର ୩ ଅଫିସର ଭୁବନେଶ୍ବର କ୍ରାଇମବ୍ରା଼ଞ୍ଚର ଏସଟିଏଫ କାର‌୍ୟ୍ୟାଳୟରେ ସଞ୍ଜୟ ଅଭିଜିତ ଜମ୍ବୁରେକୁ ମାରାଥନ ଜେରା କରିଛନ୍ତି । ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ ଓ ଗୁପ୍ତଚରଙ୍କ ସହ ତାର ଲିଙ୍କ ଅଛି କି ନାହିଁ ତାର ଅଧିକ ଖୋଳତାଡ଼ ଚାଲିଛି। ଜେରା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ଜଣା ପଡ଼ିଛି। ଏବେ ଏନଆଇଏ ଅଧିକାରୀ ଅଭିଜିତର ଜେରା କରିବେ।

ତଦନ୍ତ ବେଳେ ପାକିସ୍ତାନ କରାଚିର ସେନା ଗୁଇନ୍ଦା ଅଧିକାରୀ ଅବଦୁଲ ହମିଦ ଓରଫ ଖୁରାମଙ୍କ ସହ ଅଭିଜିତର ଲିଙ୍କ ଥିବା ଜଣା ପଡିଛି। କରାଚିରୁ ଅଭିଜିତ ଆକାଉଣ୍ଟକୁ ଟଙ୍କା ଆସୁଥିଲା। ଆଉ ସେ ଭାରତର ବିଭିନ୍ନ ସ୍ଥାନରେ ଥିବା ପାକିସ୍ତାନ ଏଜେଣ୍ଟ ପାଖକୁ ଟଙ୍କା ପଠାଉଥିଲା। ଏହା ଛଡ଼ା ତା ଆକାଉଣ୍ଟରୁ ଆଇଏସଆଇ ଏଜେଣ୍ଟ ଏବଂ ସନ୍ଦିଗ୍ଧଙ୍କ ସହ କୋଟି କୋଟି ଟଙ୍କାର ଆର୍ଥିକ କାରବାର ରହିଥିବା ଜଣା ପଡିଛି। ଏବେ ଏନଆଇଏର ତଦନ୍ତ ଉପରେ ସଭିଙ୍କ ନଜର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ