Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସର ଗ୍ରହଣ ଦିନ ହିଁ ପେନ୍‌ସନ୍‌ ପାଇବେ କର୍ମଚାରୀ, ଉଚ୍ଚଶିକ୍ଷା ବିଭାଗରେ ଖୋଲିବ ସ୍ଵତନ୍ତ୍ର ସେଲ୍

ଭୁବନେଶ୍ଵର: ଉଚ୍ଚଶିକ୍ଷା ବିଭାଗରେ ଖୋଲିବ ପେନ୍‌ସନ୍‌ ସେଲ୍‌। ଏହା ନିରନ୍ତର ଭାବେ କାର୍ଯ୍ୟ କରିବ। ଫଳରେ କର୍ମଚାରୀମାନେ ଅବସର ଗ୍ରହଣ କରିବା ଦିନ ହିଁ ସେମାନଙ୍କ ପେନ୍‌ସନ୍‌ ପାଇବେ। ସମସ୍ତ ବାକିଥିବା ପେନ୍‌ସନ୍‌ ମାମଲା ଗୁଡ଼ିକ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଫଇସଲା କରାଯିବ। ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଅନୁଯାୟୀ ସ୍ୱଚ୍ଛତା ଓ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ବିଭାଗୀୟ କାର୍ଯ୍ୟାବଳୀର ସମୀକ୍ଷା କରିଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟାପିକ/ଅଧ୍ୟାପିକା ପଦ ଓ ଶିକ୍ଷାଦାନ ବ୍ୟତୀତ ଅନ୍ୟାନ୍ୟ ପଦଗୁଡ଼ିକ ପୂରଣ ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ। ତେଣୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ସରକାରୀ/ସରକାରୀ ଅନୁଦାନପ୍ରାପ୍ତ/ଜିଆଇଏ ମହାବିଦ୍ୟାଳୟଗୁଡ଼ିକର ବିଭିନ୍ନ ବିଭାଗରେ ଥିବା ପଦଗୁଡ଼ିକ ନିମନ୍ତେ ଡାଟାବେସ୍‌ ପ୍ରସ୍ତୁତି, ଖାଲିଥିବା ପଦଗୁଡ଼ିକୁ ନିରୀକ୍ଷଣ ଓ ଯୁକ୍ତିଯୁକ୍ତ କରିବା ଉପରେ ମନ୍ତ୍ରୀ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ। ‘ରୁସା’ ସ୍ଥିତି ଓ ବିଶ୍ୱବ୍ୟାଙ୍କ ଅନୁଦାନ, ଛାତ୍ରବୃତ୍ତି ଏବଂ ଅନ୍ୟାନ୍ୟ ବିଷୟ ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରାଯାଇଛି। ଏହି ବୈଠକରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ୍‌ଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ