Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଟକ- ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ଭେକ୍ଷେଣ ଆରମ୍ଭ, ୨ରୁ ୩ ସପ୍ତାହ ଲାଗିବ

ଭୁବନେଶ୍ଵର: ବହୁପ୍ରତୀକ୍ଷିତ କଟକ- ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ  ତ୍ରିଶୂଳିଆ ଛକରୁ ରାଜଭବନ ଛକ ଯାଏ ୨୪ ଟି ସ୍ଥାନରେ ଜିଓ ଟେକନିକାଲ ଇନଭେଷ୍ଟିଗେସନ ହେବ। ଏବେ ୩୦ ଫୁଟ ତଳରୁ ମାଟି ଖନନ କରାଯାଉଛି। ପ୍ରତି ଦେଢ଼ ମିଟର ତଳର ମାଟିକୁ ପରୀକ୍ଷା କରାଯିବ। ଲ୍ୟାବରେ ପରୀକ୍ଷା ପରେ ଡିପିଆର ପ୍ରସ୍ତୁତ କରି ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ରାଜ୍ୟ ସରକାରଙ୍କୁ ଦେବ। ଏ ନେଇ ଏନେଇ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନର ଜନୈକ ଅଧିକାରୀ ସୂଚନା ଦେଇଛନ୍ତି।

ଜନୈକ ଅଧିକାରୀ କହିଛନ୍ତି, ମେଟ୍ରୋ ଚାଲିବା ପାଇଁ ଏଠାକାର ମାଟି କେତେ ଉପଯୋଗୀ ତାର ପ୍ରଥମେ ପରୀକ୍ଷା କରାଯିବ। ଯେଉଁ ରୁଟ୍ ଦେଇ ମେଟ୍ରୋ ଯିବ ତାର ଉଭୟ ପାର୍ଶ୍ଵରେ କେତେ ଘର ଓ ଗଛ ରହିଛି ତାର ବି ସର୍ବେକ୍ଷଣ ଚାଲିଛି। ଏହି କାମ ୨ରୁ ୩ ସପ୍ତାହ ଲାଗିବ ବୋଲି ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, କଟକ-ଭୁବନେଶ୍ଵର-ଖୋର୍ଦ୍ଧା-ପୁରୀକୁ ସଂଯୋଗ କରି ଏହି ମେଟ୍ରୋ ରେଳ ଚଳାଚଳ କରିବ। ପ୍ରଥମ ପର୍ଯ୍ୟାୟରେ କଟକର ତ୍ରିଶୁଳିଆରୁ ଭୁବନେଶ୍ଵର ବିମାନବନ୍ଦର ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟ ସରକାର ନିଜଶ୍ଵ ଅର୍ଥରେ ଏହି ପ୍ରକଳ୍ପ କରିବେ। ଏନେଇ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ