Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

A1 ପରିବାର ଆନୁକଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ

ଜମନକିରା : ଆଜି ଜମନକିରା ବ୍ଲକ ଅନ୍ତର୍ଗତ କ୍ରିମାଲୋଇ ୟୁ ପି ସ୍କୁଲ ପରିସରରେ A1 ପରିବାର ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଟିକିବା ସରପଞ୍ଚ ମମତା ଭେଂଗ୍ରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଜମନକିରା ବନ୍ୟ ପ୍ରାଣୀ ବନାଞ୍ଚଳ ଓ ବାମରା ବାନାଞ୍ଚଳ ରେଞ୍ଜର ଲକ୍ଷ୍ମୀ ନାରାୟଣ ନାଏକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବୃକ୍ଷର ଉପକାରିତା ସମ୍ପର୍କରେ ଅବଗତ କରାଇବା ସହ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ କେତେ ଯେ ଜରୁରୀ ତାହା ବୁଝାଇଥିଲେ। A1 ପ୍ରତିନିଧି ଜିତେନ୍ଦ୍ର ମୁଦୁଲି ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିଜ ଜନ୍ମ ଦିନରେ କେକ କାଟିବା ସଙ୍ଗେ ସଙ୍ଗେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ପାଇଁ ସଂକଳ୍ପ କରେଇଥିଲେ। ଏଥିସହ ଅଭିଭାବକ ମାନେ ନିଜର ବିଭାହ ବାର୍ଷିକୀ ଅବସରରେ ମଧ୍ୟ ଅନୁରୂପ ଭାବେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବା ପାଇଁ ଅନୁରୋଧ କରିଥିଲେ। ଏହି ଅବସରରେ ଫଟାମୁଣ୍ଡା ବିଟ ଜଗୁଆଳି ନରେଶ ମାଝୀଙ୍କୁ ତାଙ୍କ କାର୍ଯ୍ୟରେ ସଫଳତା ପାଇଁ ବନବିଭାଗ ତରଫରୁ ରେଞ୍ଜର ଶ୍ରୀ ନାଏକ ମାନପତ୍ର,ଉପଢୌକନ ଓ ଅର୍ଥ ରାଶି ଦେଇ ସମ୍ମାନିତ କରିଥିଲେ। ଆଜିର କାର୍ଯ୍ୟକ୍ରମରେ କ୍ରିମାଲୋଈ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟଜିତ ପଟେଲ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ବନପାଲ ଅବିନସୁନ୍ଦର ବାଗ, ବନରକ୍ଷୀ ଝିଲ୍ଲି ପଟେଲ, ମିନା ଜୟପୁରିଆ, ବୈଜନ୍ତି ନାଏକ, ଜ୍ୟୋସ୍ନାରାଣୀ ପାତ୍ର, ରିନା ନାଏକ ପ୍ରମୁଖ A1 ପରିବାର ଓ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣରେ ସହଯୋଗ କରିଥିଲେ। ଏ ପରିପ୍ରେକ୍ଷୀରେ ଆଜି ବିଭିନ୍ନ ପ୍ରକାରର ଶତାଧିକ ଚାରା ରୋପଣ କରାଯାଇଥିଲା।