Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିପିଡବ୍ଲୁଓଡିଏଲ ଡିଭିଜନାଲ ଅଫିସର ଙ୍କୁ 7 ଦଫା ଦାବି ପତ୍ର ଦେଲା ବରିଷ୍ଠ ନାଗରିକ ପରିଷଦ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ TPWODL ରେଙ୍ଗାଲି ସବ ଡିଭିଜାନାଲ ଅଫିସର ତାମାଲ ମିଶ୍ର ଙ୍କୁ 7ଦଫା ଦାବୀ ପତ୍ର ପ୍ରଦାନ କରାଯାଇଛି। ସୋମବାର ଦିନ ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ରେଙ୍ଗାଲି ଅଘୋଷିତ ବିଦ୍ୟୁତ କାଟ, ତ୍ରୁଟି ପୂର୍ଣ୍ଣ ବିଲ, ଭୋଲ୍ଟେଜ ସମସ୍ୟା, ବିଦୂତ ସଂଯୋଗ ରେ ଦୁର୍ନୀତି, ନିରାପଦ ଟ୍ରାନଫାର୍ମ, ଏ ଏସ ଡି ଵେବସ୍ଥା ଉଛେଦ, ଚୋବିଷ ଘଣ୍ଟା ବିଦୁତ ସେବା ଆଦି 7 ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବୀ ଗୁଡିକ ତୁରନ୍ତ ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଛି। ଏଥିରେ ପରିଷଦ ର ସଭାପତି ଦୁର୍ଯୋଧନ ଗରଡିଆ ସମ୍ପାଦକ ଅନ୍ତର୍ଯ୍ୟାମୀ ପାଣି, ବସନ୍ତ ନାୟକ, ଉଦୟ ସାହୁ ସୁବନ ଚାନ୍ଦ ସାହୁ, ବିନୋଦ ନନ୍ଦ, ପୀତବାସ ତାଣ୍ଡକାର, ସାଲେଗ୍ରାମ ସାହୁ, ଏବଂ ନିଶାଂଭଙ୍ଗା ସରପଞ୍ଚ ସରୋଜ ମେହେର, ସାଲାଡ଼ ସରପଞ୍ଚ ସତ୍ୟନାରେନ ମହାନନ୍ଦିଆ, ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories