ହୀରାକୁଦ ବିସ୍ଥାପିତ ଙ୍କୁ ଘରଡିହ ଜମି ପଟ୍ଟା ପ୍ରଦାନ


ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ ଅଫିସ କାର୍ଯ୍ୟାଳୟ ରେ ହୀରାକୁଦ ବିସ୍ଥାପିତ 31 ଜଣଙ୍କୁ ଘରଡ଼ିହଜମି ପଟ୍ଟା ପ୍ରଦାନ କରାଯାଇଛି। ସୋମବାର ଦିନ ରେଙ୍ଗାଲି ତହସିଲ ଅନ୍ତର୍ଗତ ରେଙ୍ଗାଲି, ନିଶାନଭଙ୍ଗା, ବୋମାଲୋଇ, ଖିଣ୍ଡା, କତରବଗା ଆଦି 5 ପଞ୍ଚାୟତ ରୁ 31ଜଣ ହୀରାକୁଦ ବିସ୍ଥାପିତ ପରିବାରଙ୍କୁ 10ଡିସମିଲ ଘରଡିହ ଜମି ପଟ୍ଟା ପ୍ରଦାନ କରାଯାଇଛି।ଏହି ଅବସରରେ ରେଙ୍ଗାଲି ତହସିଲଦାର ବେରିସିୟସ ଡୁଙ୍ଗଡୁଙ୍ଗ, ସେକ୍ସନ ଅଫିସର ଧନେଶ୍ୱର ବଚା, ରମାକାନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।