Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାନଦୀ ଜଳ ବିବାଦ; ଟ୍ରାଇବ୍ୟୁନାଲକୁ ୪ ସପ୍ତାହ ସମୟ ମାଗିଲା ଓଡ଼ିଶା

ଭୁବନେଶ୍ଵର: ମହାନଦୀ ଜଳ ବିବାଦ ମାମଲାରେ ମହାନଦୀ ଟ୍ରାଇବ୍ୟୁନାଲଙ୍କୁ ୪ ସପ୍ତାହର ସମୟ ମାଗିଲା ଓଡ଼ିଶା। କମନ ଇନଫର୍ମେସନ ଫର୍ମାଟ ଦାଖଲ ପାଇଁ ଓଡ଼ିଶା ଏହି ସମୟ ମାଗିଛି। ଅଗଷ୍ଟ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ମହାନଦୀ ଅବବାହିକାର କ୍ଷେତ୍ର ପରିଦର୍ଶନ କରି ଟ୍ରିବ୍ୟୁନାଲ ଆସିବା ପରେ ଆଜି ପ୍ରଥମ ଶୁଣାଣି ଥିଲା। ଟ୍ରିବ୍ୟୁନାଲ ୨ଟି ପର୍ଯ୍ୟାୟରେ ଛତିଶଗଡ଼ର ପ୍ରବାହିତ ମହାନଦୀର ଉପରମୁଣ୍ଡ ଏବଂ ତଳମୁଣ୍ଡ ପରିଦର୍ଶନ କରିଥିଲେ। ଓଡ଼ିଶାର ୩୦ଟି ସ୍ଥାନ ପରିଦର୍ଶନ କରି ଗ୍ରାଉଣ୍ଡରେ ସ୍ଥିତି ପରଖିଥିଲେ ଟ୍ରାଇବ୍ୟୁନାଲ ଟିମ୍।

ମହାନଦୀ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ଏଏମ ଖାନୱିଲକରଙ୍କ ନେତୃତ୍ୱରେ ଆସିଥିବା ଟିମ୍ ମହାନଦୀର ବିଭିନ୍ନ ଶାଖା ନଦୀ ବୁଲି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଛତିଶଗଡ଼ ମହାନଦୀର ଉପର ମୁଣ୍ଡରେ ଵ୍ୟାରେଜ୍ ନିର୍ମାଣ କରିଥିବାରୁ ଓଡିଶାରେ ମହାନଦୀର ସ୍ଥିତି ବିଗିଡ଼ିବା ସହ ଜଳସ୍ତର କମିବାରେ ଲାଗିଛି। ଓଡ଼ିଶାବାସୀଙ୍କ ଜୀବନରେଖା କୁହାଯାଉଥିବା ମହାନଦୀର ସ୍ଥିତି ଏବେ ସଙ୍ଗୀନ ଅବସ୍ଥାରେ ପଡ଼ିଛି। ଏହାଛଡ଼ା ମହାନଦୀର ଅବବାହିକାରେ ବସବାସ କରୁଥିବା ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେବା ସହ ଜୈବ ବିବିଧତା ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି । ମହାନଦୀ ଅବବାହିକାର କ୍ଷେତ୍ର ପରିଦର୍ଶନ କରିବା ପରେ ଆଜିଠୁ ଶୁଣାଣି ଆରମ୍ଭ ହୋଇ ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ