Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ର ପାଇଁ ଦାବି କଲେ ରେଙ୍ଗାଲି ଜୋନ1 ଜିଲ୍ଲା ପରିଷଦ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଜୋନ 1 ଜିଲ୍ଲା ପରିଷଦ ସଭ୍ୟା ରେଙ୍ଗାଲି ବ୍ଲକ ସାଲଡ଼ ପଞ୍ଚାୟତ କୁର୍ଲା ଗ୍ରାମରେ ଏକ ନୂତନ ସରକାରୀ ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ର ପାଇଁ ଦାବି କରିଛନ୍ତି। ସୂଚନାଯୋଗ୍ୟ ରେଙ୍ଗାଲି ଜୋନ 1 ଅନ୍ତର୍ଗତ ସାଲଡ଼ ପଞ୍ଚାୟତ ର କୁର୍ଲା, ବାରିକ ପାଳି, ସପନେ ଗ୍ରାମର ପ୍ରାୟ 3000 ଲୋକ ବିପିଏଲ ଶ୍ରେଣୀ ଅନ୍ତର୍ଗତ । ଏହି ହିତାଧିକାରୀ ବହୁ କଷ୍ଟ ରେ ସାଲଡ଼ ପର୍ଯ୍ୟନ୍ତ ଆସି ଖାଉଟି ସାମଗ୍ରୀ ନିଅନ୍ତି। ମଙ୍ଗଳବାର ଦିନ ରେଙ୍ଗାଲି ଜୋନ 1 ଜିଲ୍ଲା ପରିଷଦ ସଭ୍ୟା ଚୋଳଶ୍ରୀ ମହାନନ୍ଦ କୁର୍ଲା ଗ୍ରାମରେ ନୂତନ ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲା ପରିଷଦ ଉପ ସଭାପତି ମାଧବ ମିର୍ଧା ଙ୍କୁ ଦାବି ପତ୍ର ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ନାରାୟଣ ଶର୍ମା, ସଂନ୍ତୋଷ ସିଂ, ଆମର ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ