Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମ୍ବୁରେର ଚୀନ ସହ ଲିଙ୍କ୍ ନେଇ ମିଳିଲା ସୁରାଗ, ଆତଙ୍କୀଙ୍କଠୁ କେତେ ଟଙ୍କା ମିଳିଛି ତଥ୍ୟ ହାତେଇଲା ଏନଆଇଏ

ଭୁବନେଶ୍ୱର : ଓଟିପି ସେୟାରିଂ ମାମଲାରେ କେବଳ ପାକିସ୍ତାନ ନୁହେଁ ଚୀନ ଲିଙ୍କ୍ ନେଇ ମଧ୍ୟ ସୁରାଗ ମିଳିଛି । ଅଭିଯୁକ୍ତ ଅଭିଜିତ ସଞ୍ଜୟ ଅଭିଜିତ ଜମ୍ବୁରରେ ରିମାଣ୍ଡ ଅବଧି ଶେଷ ପରେ ତାକୁ ଜେଲ୍ ପଠାଇ ଦିଆଯାଇଛି । ଶେଷ ଦିନରେ ଏନଆଇଏ, ଏଟିଏସ୍ ଓ ଏସଟିଏଫ୍ ତାକୁ ମାରାଥନ୍ ଜେରା କରି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛନ୍ତି । ଆତଙ୍କୀଙ୍କ ସହ ସମ୍ପର୍କରେ ଆସିବା ଏବଂ ସେମାନଙ୍କୁ ସହଯୋଗ କରିବା ପଛରେ ଜମ୍ବୁରରେ କେବଳ ଗୋଟିଏ ଉଦ୍ଦେଶ୍ୟ ଥିଲା, ପ୍ରଚୁର ଟଙ୍କା ରୋଜଗାର କରିବା। ଆତଙ୍କବାଦୀମାନେ କୋଟିପତି ବନାଇବାର ସ୍ଵପ୍ନ ଦେଖାଇଥିଲେ। ମୋଟା ଅଙ୍କର ଅର୍ଥ ଦେଇଥିଲେ।

ତେବେ ସେ କେତେ ଟଙ୍କା ରୋଜଗାର କରିଛି ? ସେ ଟଙ୍କାକୁ କେଉଁଠି ଲଗାଇଛି ? କେତେ ସମ୍ପତ୍ତି କରିଛି ? ସେ ସବୁ ତଥ୍ୟ ତଦନ୍ତକାରୀ ଟିମ୍ ହାତେଇଛନ୍ତି। ଖୁବଶୀଘ୍ର ଜମ୍ବୁରରେ ବେଆଇନ ସମ୍ପତ୍ତି ବ୍ୟାଜାପ୍ତି ପାଇଁ କମ୍ପିଟେଣ୍ଟ ଅଥରିଟିଙ୍କୁ ଚିଠି କରାଯିବ। ଅପରପକ୍ଷେ ହନିଟ୍ରାପ୍ ଲିଙ୍କ ନେଇ ମଧ୍ୟ ଖୋଳତାଡ଼ କରାଯାଉଛି। ତା ଠାରୁ ମିଳିଥିବା ତଥ୍ୟ ଆଧାରରେ ତଦନ୍ତ ଜାରି ରହିଛି। ତେବେ ଏନଆଇଏ ଏବଂ ଏଟିଏସ ଟିମ୍ ଜମ୍ଵୁରେ ସମେତ ଅନ୍ୟମାନଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରିଥିବା ଜଣା ପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ